ବାଲେଶ୍ୱର: ଡିଜେ ବଜାଇବାକୁ ପ୍ରଶାସନ ଅନୁମତି ଦେଇନଥିବାରୁ ପ୍ରତିବାଦ କରିଛନ୍ତି ପୂଜା କମିଟି ସଦସ୍ୟ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ କଲେ ବିଭିନ୍ନ ପୂଜା କମିଟି ସଦସ୍ୟ । ବାଲେଶ୍ୱର ବାଲଇଆପାଳ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗଣେଶ ପୂଜା ମୂର୍ତ୍ତି ବିସର୍ଜନରେ ଡିଜେ ବ୍ୟାନ କରିଛି ପ୍ରଶାସନ । ଯାହାର ପ୍ରତିବାଦ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ପୂଜା କମିଟିର ସଦସ୍ୟ । ଫଳରେ ଉଭୟ ପାଶ୍ୱର୍ରେ ଶହଶହ ଗାଡି ଅଟକି ରହିଛି । ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଅତି କମରେ ଘଣ୍ଟାଏରୁ ଦୁଇ ଘଣ୍ଟା ଡିଜେ ବଜାଇବାକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ବିଭିନ୍ନ ପୂଜା କମିଟି ସଦସ୍ୟ ।










