30.1 C
Bhubaneswar
Sunday, July 7, 2024
Homeଓଡିଶାଆସନ୍ତାକାଲିଠୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଦିବ୍ୟ କଳା ମେଳା, ଦିବ୍ୟ କଳା ଶକ୍ତି ଓ...

ଆସନ୍ତାକାଲିଠୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଦିବ୍ୟ କଳା ମେଳା, ଦିବ୍ୟ କଳା ଶକ୍ତି ଓ ଦିବ୍ୟାଙ୍ଗ ଜନ ରୋଜଗାର ମେଳା

ଭୁବନେଶ୍ଵର : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ (ଦିବ୍ୟାଙ୍ଗଜନ) ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଦିବ୍ୟାଙ୍ଗଜନ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ (ଏନଡିଏଫଡିସି) ଜରିଆରେ ଦିବ୍ୟ କଳା ଶକ୍ତି ଓ ଦିବ୍ୟ କଳା ମେଳା ଆୟୋଜନ କରିବାକୁ ଯାଉଛି । ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ଏହି ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସରେ ଆସନ୍ତାକାଲି ଠାରୁ ଅର୍ଥାତ୍ ୫ରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜନ କରାଯିବ। ୫ ଜୁଲାଇ ୨୦୨୪ ଅପରାହ୍ଣ ଗୋଟାଏ ବେଳେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ମାନ୍ୟବର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ବି.ଏଲ. ବର୍ମା ଉଦଘାଟନ କରିବେ । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶା ଭଳି ୬ଟି ରାଜ୍ୟରେ ଦିବ୍ୟାଙ୍ଗ ଜନଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଦିବ୍ୟ କଳା ଶକ୍ତି :-
କିଟ୍ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଉପରୋକ୍ତ ୬ଟି ରାଜ୍ୟର ଦିବ୍ୟାଙ୍ଗ ଜନ କଳାକାରମାନେ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଦିବ୍ୟ କଳା ଶକ୍ତି’ ପରିବେଷଣ କରିବେ । ଦିବ୍ୟାଙ୍ଗ ଜନଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ପ୍ରୋତ୍ସାହିତ କରିବା ତଥା କଳା ଓ ସଂସ୍କୃତି ଜରିଆରେ ସେମାନଙ୍କୁ ନେଇ ଏକ ସମାବେଶୀ ସମାଜ ଗଢ଼ିବା ଲାଗି ‘‘ଦିବ୍ୟ କଳା ଶକ୍ତି’’ କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯାଇଥାଏ।

ଦିବ୍ୟ କଳା ମେଳା :-
୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହେବ । ଆଗନ୍ତୁକମାନେ ଏଠାରେ ବିଭିନ୍ନ ବର୍ଗର ବ୍ୟାପକ ଉତ୍ପାଦ ପାଇପାରିବେ, ସେଗୁଡ଼ିକ ମଧ୍ୟରେ ରହିଛି :
-ଗୃହସଜ୍ଜା ଓ ଜୀବନଶୈଳୀ ଉତ୍ପାଦ
-ପୋଷାକ
-ଷ୍ଟେସନାରୀ
-ପରିବେଶ ଅନୁକୂଳ ଉତ୍ପାଦ
-ପ୍ୟାକେଟ୍ ଖାଦ୍ୟ
-ଜୈବିକ ଉତ୍ପାଦ
-ଖେଳନା
-ଉପହାର
-ବ୍ୟକ୍ତିଗତ ସାମଗ୍ରୀ ତଥା ଅଳଙ୍କାର ଓ କ୍ଲଚ୍ ବ୍ୟାଗ
-ଚିତ୍ରକଳା
ଏହି କାର୍ଯ୍ୟକ୍ରମ ‘‘ଭୋକାଲ୍ ଫର୍ ଲୋକାଲ’’ ଅଭିଯାନକୁ ପ୍ରୋତ୍ସାହିତ କରିଥାଏ, ଯାହା ଦ୍ୱାରା ଆଗନ୍ତୁକମାନେ ଦିବ୍ୟାଙ୍ଗ କାରିଗରମାନଙ୍କ ଦ୍ୱାରା ଅତ୍ୟନ୍ତ ଦୃଢ଼ ସମର୍ପଣ ସହ ନିର୍ମିତ ଅଭିନବ ଜିନିଷ କିଣିପାରିବେ ।

କାର୍ଯ୍ୟକ୍ରମ ସୂଚୀ:-
କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୬ରେ ଜୁଲାଇ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଦିବ୍ୟାଙ୍ଗଜନ କଳାକାର ଓ ଜଣାଶୁଣା ପେସାଦାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆଗନ୍ତୁକମାନେ ବିଭିନ୍ନ ଆଞ୍ଚଳିକ ଖାଦ୍ୟର ମଜା ନେଇପାରିବେ।

ମୂଲ୍ୟାୟନ ଶିବିର-
ଆଲିମକୋ ସହଯୋଗରେ ଏସଭିନିର୍ତାର, ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ମୂଲ୍ୟାୟନ ଶିବିର ଆୟୋଜନ କରାଯାଇ ସହାୟତା ଓ ସହାୟକ ଉପକରଣର ଆବଶ୍ୟକତା ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସହାୟତା କରାଯିବ। ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ସହିତ ଦିବ୍ୟାଙ୍ଗଜନ ରୋଜଗାର ମେଳା ଦିବ୍ୟାଙ୍ଗଜନଙ୍କୁ ପ୍ରୋତ୍ସାହନ ଓ ସଶକ୍ତ କରିବା ସହିତ ଏକ ସମାବେଶୀ ସମାଜ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଦିବ୍ୟାଙ୍ଗଜନ ସଶକ୍ତୀକରଣ ବିଭାଗ ପରିକଳ୍ପନା ଓ ଉଦ୍ୟମକ୍ରମେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାରା ଦେଶରେ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking