19.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶନିଜକୁ ନିଜେ ବାହା ହୋଇ ଦେଲେ ଛାଡ଼ପତ୍ର; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନିଜକୁ ନିଜେ ବାହା ହୋଇ ଦେଲେ ଛାଡ଼ପତ୍ର; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିଦିନ ଲକ୍ଷାଧିକ ବିବାହ ହେଉଛି । ସେହିଭଳି ବିବାହ ବିଚ୍ଛେଦ ମଧ୍ୟ ଘଟୁଛି । ଛାଡପତ୍ର ଶବ୍ଦ ଶୁଣିବା ମାତ୍ରେ ବିବାହିତ ଦମ୍ପତି ପରସ୍ପରଠାରୁ ଅଲଗା ହେବାର ଚିତ୍ର ମନକୁ ଆସିଥାଏ । କିନ୍ତୁ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଥମେ ମହିଳା ନିଜକୁ ବିବାହ କରିବା ପରେ ନିଜକୁ ହିଁ ଛାଡପତ୍ର ଦେଇଛନ୍ତି । ଚର୍ଚ୍ଚିତ ମଡେଲ୍ ସୁଲେନ କୈରୀ ଗତ ବର୍ଷ ସାଲୋଗାମୀ ବିବାହ କରି ଚର୍ଚ୍ଚାରେ ଥିଲେ । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବର୍ତ୍ତମାନ ନିଜ ସହ ସମ୍ପର୍କ ଭାଙ୍ଗି ନିଜର ଏକ ବର୍ଷର ବିବାହରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସୁଲେନ ୪ମିଲିୟନ ଇନଷ୍ଟାଗ୍ରାମ ଫଲୋୟର୍ସଙ୍କୁ ଏହି ସରପ୍ରାଇଜ୍ ଦେଇଛନ୍ତି । ସୋଲଗାମି ବିବାହରେ ସେ ସନ୍ତୁଷ୍ଟ ନାହାନ୍ତି କହି ନିଜକୁ ନିଜେ ଛାଡପତ୍ର ଦେଇଛନ୍ତି । ବ୍ରାଜିଲରେ ଜନ୍ମିତ ସୁଲେନ ବର୍ତ୍ତମାନ ଲଣ୍ଡନରେ ବାସ କରୁଛନ୍ତି । କିନ୍ତୁ ନିକଟରେ ସେ ଛାଡପତ୍ର ବିଷୟରେ ପ୍ରକାଶ କରିଛନ୍ତି । ଏହାର କାରଣ ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ ।

ସେ ବେଳେବେଳେ ଏକାକୀ ଅନୁଭବ କରୁଥିବାରୁ ଏହି ସଂପର୍କରୁ ମୁକ୍ତି ଚାହୁଁଥିଲେ । ଏହି କାରଣରୁ ସେ ନିଜକୁ ଛାଡପତ୍ର ଦେଇ ଏହି ଏକଲାପଣରୁ ବାହାରକୁ ଆସିବାକୁ ଚାହୁଁଥିବା ପ୍ରକାଶ କରଛନ୍ତି । ସେ କହିଛନ୍ତି, ବିବାହକୁ ବଂଚାଇ ରଖିବା ପାଇଁ ମୁଁ ସମସ୍ତ ଉଦ୍ୟମ କରିଥିଲି ମାତ୍ର ସଫଳ ହୋଇପାରିଲି ନାହିଁ ବୋଲି ସେ କହିଛନ୍ତି । ଏବେ ଆତ୍ମବିଶ୍ଲେଷଣ ଓ ଚିନ୍ତା କରିବା ସମୟ ଉପନୀତ ହୋଇଛି । ଆଗକୁ କଣ ପଦକ୍ଷେପ ଗ୍ରହଣ କରିବି ଖୁବ ଶୀଘ୍ର ଆପଣମାନଙ୍କୁ ଜଣେଇବି ବୋଲି ସେ କହିଛନ୍ତି । ପ୍ରଥମେ ମୁଁ ନିଜକୁ ନିଜେ ବେଶୀ ଭଲ ପାଉଥିଲି । ଏବେ କେତେକ ପଦକ୍ଷେପ ପରେ ମୋତେ ନିଜ ଉପରେ ଘୃଣା ଭାବ ଆସୁଛି । ଏହାକୁ ବଦଳାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି । ସୋସିଆଲ ମିଡିଆରେ ତାଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking