27.1 C
Bhubaneswar
Sunday, February 22, 2026
Homeଓଡିଶାଏମଜି ନରେଗା ବଞ୍ଚାଅ ସମିତିର ସଭ୍ୟଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ

ଏମଜି ନରେଗା ବଞ୍ଚାଅ ସମିତିର ସଭ୍ୟଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ଏମଜି ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦପଡ଼ିବା ନିଷ୍ପତ୍ତି ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପୂର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଦେଶ କଂଗ୍ରେସ ଏମଜି ନରେଗା କମିଟିର ସଭ୍ୟମାନଙ୍କ ମଧ୍ୟରେ ୩୫ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ପର୍ଯ୍ୟବେକ୍ଷକମାନେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିବାଦ ସଭା ଓ ଜନସଚେତନତା ସୃଷ୍ଟି କରିବାରେ କାର୍ଯ୍ୟ କରିବେ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏହି କ୍ରମରେ ଅମର ପ୍ରଧାନଙ୍କୁ ଭୁବନେଶ୍ୱର ଓ କଟକ ନଗର ଜିଲ୍ଲା କଂଗ୍ରେସର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବାବେଳେ, ନଗେନ୍ଦ୍ର ପ୍ରଧାନ-ସମ୍ବଲପୁର ଓ ଅନୁଗୁଳ, ଡଃ ବିଶ୍ୱରଞ୍ଜନ ମହାନ୍ତି-ଢ଼େଙ୍କାନାଳ ଓ କଟକ, ଯଶୋବନ୍ତ ଲାଗୁରୀ-ଦେଓଗଡ ଓ ଝାରସୁଗୁଡା, ଅଭୟ ସାହୁ-ଯାଜପୁର ଓ କେନ୍ଦ୍ରାପଡା, ସୁଦର୍ଶନ ଦାସ-କଳାହାଣ୍ଡି ଓ ନୂଆପଡା, ମୀନାକ୍ଷୀ ବାହିନିପତି-ଗଞ୍ଜାମ (ପଶ୍ଚିମ) ଓ ନୟାଗଡ, ରଞ୍ଜିତ ପାତ୍ର-କୋରାପୁଟ ଓ ଜଗତସିଂପୁର, ଶୁଭେନ୍ଦୁ ମହାନ୍ତି-ଗଞ୍ଜାମ(ପୂର୍ବ) ଓ ଗଜପତି, ବାଙ୍କନିଧିବେହେରା- ମୟୁରଭଞ୍ଜ (ପଶ୍ଚିମ) ଓ କନ୍ଧମାଳ, ଜିଆ-ଉଲ୍‌-ହକ୍‌-ଭଦ୍ରକ ଓ କେନ୍ଦ୍ରାପଡା, ମାନସ ମଲ୍ଲିକ- ସୁନ୍ଦରଗଡ ଓ ରାଉରକେଲା, ହଳଧର ସେଠୀ-ମାଲକାନଗିରି ଓ ନବରଙ୍ଗପୁର, ଜୟଶ୍ରୀପାତ୍ର-ଖୋର୍ଦ୍ଧା, ସତ୍ୟବ୍ରତ ନାୟକ- ବଲାଙ୍ଗିର ଓ ବରଗଡ, କୈଳ୍ୟାସ ମିଶ୍ର- ବୌଦ୍ଧ ଓ ସୁବର୍ଣ୍ଣପୁର, ସାନ୍ତନୁ ସାହୁ-ବାଲେଶ୍ୱର ଓ ମୟୁରଭଞ୍ଜ (ପୂର୍ବ), ତରୁଣକାନ୍ତ ମିଶ୍ର-ପୁରୀ ଓ ରାୟଗଡା ଜିଲ୍ଲା ପର୍ଯ୍ୟବୈକ୍ଷକ ଦାୟିତ୍ୱ ଦିଆଯାଇଛି । ସେହିପରି ଶ୍ରୀ ମନୋରଞ୍ଜନ ଦାଶ ଓ ତରୁଣକାନ୍ତ ମିଶ୍ରଙ୍କୁ ପିସିସି କାର୍ଯ୍ୟାଳୟରେ ନରେଗା ଯୋଜନା ସମ୍ବନ୍ଧୀୟ ଅଫିସିଆଲ କାର୍ଯ୍ୟ ସମନ୍ୱୟ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking