ଯାଜପୁର: “ଓଡ଼ିଆ ପକ୍ଷ-୨୦୨୫” ଅବସରରେ ଧାରାବାହିକ ଭାବେ ଓଡ଼ିଆ ଜାତୀୟତା ରେ ରୁଦ୍ଧିମନ୍ତ ହୋଇ ଓଡ଼ିଶା ଦିବସ ଠାରୁ ପ୍ରାରମ୍ଭ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେଇଆସୁଅଛି। ଏହି କ୍ରମରେ ଆଜି ଏକ ଜିଲ୍ଲାସ୍ତରୀୟ ଯୁବ ଲେଖକ/ ଲେଖ୍କା ସମ୍ମିଳନୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଯାଇଅଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଜିଲ୍ଲା ସଂସ୍କୃତି ବିଭାଗ, ଯାଜପୁର ର ମିଳିତ । ଆନୁକୁଲ୍ୟ ରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ/ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧୟନରତ ଲେଖକ/ଲେଖିକା ମାନଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ରେ ତିନୋଟି ବିଭାଗ ଯଥା, ପ୍ରବନ୍ଧ, ଗଳ୍ପ ଓ କବିତା ଲିଖନ ରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଜିଲ୍ଲାର ବିଭିନ୍ନ ବିଶିଷ୍ଟ ସାହିତ୍ୟିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ, ଗଳ୍ପ ରେ ପ୍ରଜ୍ଞା ପ୍ରବର୍ରିକା ଦାସ ଓ ରବିନ୍ଦ୍ର ବିହାରୀ, ପ୍ରବନ୍ଧ ରେ ମହେଶ୍ବର ପାଢୀ ଓ ରୁଦ୍ର ନାରାୟଣ ପୃଷ୍ଟି ଏବଂ କବିତା ଲିଖନ ରେ ତୁହିନାଂଶୁ ରଥ ଓ ନିରଞ୍ଜନ ଜେନା ବିଚାରକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଅପରାହ୍ନରେ ପୁରସ୍କାର ବିତରଣୀ ସଭାରେ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଲମ୍ବୋଦର ଖୁଣ୍ଟିଆ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଭଦଘାଟିତ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଷୟ ବିଶେଷଜ୍ଞ ଭାବେ ଗଳ୍ପ ରେ ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରବନ୍ଧ ରେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଓ କବିତା ଲିଖନ ରେ ଶ୍ରୀହରି ଧଳ ଯୁବ ଲେଖକ/ଲେଖିକା ମାନଙ୍କୁ ସୃଜନାତ୍ମକ ଲେଖନୀ ଉପରେ ସମ୍ୟକ ଧାରଣା ଦେଇଥିଲେ ଏବଂ ପୁରସ୍କାର ବିତରଣୀ ସହିତ କାର୍ଯକ୍ରମ ଶେଷ ହୋଇଥିଲା।