15.1 C
Bhubaneswar
Friday, December 19, 2025
Homeଓଡିଶାଜିଲ୍ଲାସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ

ଯାଜପୁର: ମଙ୍ଗଳବାର ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ଏସ.ଆଇ.ଆର.ଡି, ଭୁବନେଶ୍ୱର ରୁ ନୂତନ ଭାବେ ନିଯୁକ୍ତି ପାଇଥିବା ଗଞ୍ଜାମ ଜିଲ୍ଲାର ୧୦୦ ପି.ଇ.ଓ ମାନେ ଯାଜପୁର ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଆସି ଦଶରଥପୁର ବ୍ଲକର ବିରଜାପୁର ପଞ୍ଚାୟତ ବୁଲି ଦେଖିଥିଲେ। ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ନୂତନ ନିଯୁକ୍ତି ପାଇଥିବା ପି. ଇ.ଓ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପି.ଇ.ଓ ମାନେ ହେଉଛନ୍ତି ତୃଣମୂଳ ସ୍ତରରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ହେଉଥିବା ଯୋଜନାକୁ ସଠିକ ଭାବରେ ଉପଯୋଗ କରିପାରିବେ। ଆପଣମାନେ (ପି ଇ ଓ )ଦକ୍ଷ ଭାବରେ ପଞ୍ଚାୟତସ୍ତରରେ ଅଭିନବତା ଆଣିପାରିବେ ଏବଂ ସରପଞ୍ଚ ଓ ପି.ଇ.ଓ ମାନେ ମିଳିତ ଭାବେ କାମ କଲେ ତାହା ଏକ ଆଦର୍ଶ ପଞ୍ଚାୟତ ହୋଇପାରିବ। ପଞ୍ଚାୟତ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ଓ ବୁଦ୍ଧିଜୀବୀଙ୍କ ସହଯୋଗରେ ଭଲ କାମ କଲେ ରାଜ୍ୟ ଓ ଦେଶର ର ଉନ୍ନତି ହୋଇପାରିବ। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ପରିମଳ ବ୍ୟବସ୍ଥା ଉପରେ ଅଧିକ ଫୋକସ୍ କରୁଛନ୍ତି ଏବଂ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ଉନ୍ନତ ସ୍ବାସ୍ଥ୍ୟ ପାଇଁ ପରିମଳ ବ୍ୟବସ୍ଥା ହେଉଛି ଗୁରୁତ୍ୱପୂର୍ଣ୍ଣ। ବାହାରେ ମଳତ୍ୟାଗ କରିବା ଏକ ଖରାପ ଅଭ୍ୟାସ। ଶୌଚାଳୟ ସବୁ ଜାଗାରେ ରହିଛି କିନ୍ତୁ ଏହାର ଉପଯୋଗ ହେବା ଦରକାର। କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ହେବା ଆବଶ୍ୟକ। ଆମ ଦେଶରେ ସ୍ୱଚ୍ଛ ଭାରତ ମିଶନ ୨୦୧୪ ମସିହାରୁ ଆରମ୍ଭ ହୋଇଛି। ୨୦୧୯ ରେ ଆମ ରାଜ୍ୟକୁ ବାହ୍ୟ ମଳମୁକ୍ତ ରାଜ୍ୟଭାବେ ଘୋଷଣା କରାଯାଇଛି। ପରିମଳ ସୁସ୍ଥ ରଖିବାରେ ସ୍ଵୟଂ ସହାୟକ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏ ବର୍ଷ ଶୌଚାଳୟ ଦିବସର ବିଷୟବସ୍ତୁ ରହିଛି “ଆମ ଶୌଚାଳୟ ଆମ ସମ୍ମାନ” ଏସ.ଆଇ.ଆର.ଡି ର ପି.ଇ.ଓ ମାନେ ବିରଜାପୁର ପଞ୍ଚାୟତ ପରିଦର୍ଶନ କରି ସରପଞ୍ଚ, ବୁଦ୍ଧିଜୀବୀ, ପି.ଆର.ଆଇ ମେମ୍ବର, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣଙ୍କ ସହିତ ପାରସ୍ପରିକ ଆଲୋଚନା କରିଥିଲେ। ଏହି ଦିବସ ଅବସରରେ ଜିଲ୍ଲାପାଳ ବିରଜାପୁର ସରପଞ୍ଚ ଶ୍ରୀ ନିରାକାର ସାହୁ ଏବଂ ଭଲ କାମ କରିଥିବା ସ୍ୱଚ୍ଛ ସାଥିଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ସଭା ପରିଚାଳନା କରିବା ସହ ଶୌଚାଳୟ ଦିବସ ଉପରେ ବକ୍ତବ୍ୟ ରଖିଥିଲେ। ଏସ.ଆଇ.ଆର.ଡି ରୁ ଆସିଥିବା ଅଧିକାରୀ କହିଲେ ନୂତନ ଭାବେ ନିଯୁକ୍ତି ପାଇଥିବା ୨୨୦୦ ପି.ଇ.ଓ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ୨୧ ଓ ୨୨ ତମ ଗ୍ରୁପ ଆଜି ଯାଜପୁର ଜିଲ୍ଲା ପରିଦର୍ଶନରେ ଆସି ବିରଜାପୁର ପଞ୍ଚାୟତ ବୁଲିବା ସହ ଗୋଷ୍ଠୀ, ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆସିଥିବା ଦୁଇଜଣ ପି.ଇ.ଓ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଖୋଲିଥିବା ଷ୍ଟଲ୍ କୁ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଏହି ଦିବସରେ ଦଶରଥପୁର ବି.ଡି.ଓ ଓ ଯାଜପୁର ବି.ଡି.ଓ ଉପସ୍ଥିତ ଥିଲେ। ଅପରାହ୍ନରେ ପି.ଇ.ଓ ମାନେ ଯାଜପୁର ଓ ରସୁଲପୁର ବ୍ଲକର ପଞ୍ଚାୟତ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଶେଷରେ ଯାଜପୁର ବି.ଡି.ଓ ଶ୍ରୀ ଶାଶ୍ଵତ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking