21.1 C
Bhubaneswar
Friday, December 19, 2025
Homeଓଡିଶାଅପରେସନ ସିନ୍ଦୂର ସଫଳତା ଲାଗି ଯାଜପୁରଠାରେ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ  

ଅପରେସନ ସିନ୍ଦୂର ସଫଳତା ଲାଗି ଯାଜପୁରଠାରେ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ  

ଯାଜପୁର: ଆତଙ୍କବାଦ ବିରୋଧୀ ଅପରେସନ ସିନ୍ଦୂର’ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି। ଭାରତୀୟ ସେନାର ଏହି ଅଗାଢ଼ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆଜି ପୂର୍ବାହ୍ନ ୮.୦୦ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଏହି ବିଶାଳ ବାଇକ୍ ଶୋଭାଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ବିଶାଳ ବାଇକ୍ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ଗାନ୍ଧୀ ଛକ, ମେଡିକାଲ ଛକ, କୁସୁମା, ଟିଭିଏସ ଛକ, ମହାବୀର ଛକ, ରେଡକ୍ରସ ଛକ, ମାନସାପୋଲ ଦେଇ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ଏହି ବିଶାଳ ବାଇକ୍ ଶୋଭାଯାତ୍ରାକୁ ସମ୍ବୋଧନ କରି କହିଲେ ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ଶୀର୍ଷ ସ୍ଥାନକୁ ଯାଇଛି। ଭାରତର ସାମରିକ ଶକ୍ତି କଣ ସେ ସାରା ବିଶ୍ବକୁ ଦେଖାଇ ଦେଇଛନ୍ତି। ଆମର ସଶସ୍ତ୍ର ବାହିନୀ “ଅପରେସନ ସିନ୍ଦୂର” ଅଭିଯାନରେ ନିଜର ବୀରତ୍ୱ ଦେଖାଇ ଯେଉଁଭଳି ଭାବେ ଆତଙ୍କବାଦୀ ଓ ତାଙ୍କ ଆଡ୍ଡାକୁ ନଷ୍ଟ କରିଛନ୍ତି ଏବଂ ପାକିସ୍ତାନର ବହୁ ସାମରିକ ଶକ୍ତିକୁ ନଷ୍ଟ କରିଛନ୍ତି ସେଥିପାଇଁ ମୁଁ ହୃଦୟରୁ ତାଙ୍କୁ ସାଲ୍ୟୁଟ କରୁଛି। ଆମ ସଶସ୍ତ୍ର ବାହିନୀଙ୍କ ଉଦ୍ଦେଶ୍ୟରେ ଅପରେସନ ସିନ୍ଦୂର ଅଭିଯାନରେ ତାଙ୍କ ଅଗାଢ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଗତକାଲି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି।

ଶତ୍ରୁର ପ୍ରତ୍ୟେକ ଆହ୍ୱାନର ଉଚିତ ଜବାବ ଦେବା ପାଇଁ ଆମ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ବିଶାଳ ବାଇକ୍ ଶୋଭାଯାତ୍ରାକୁ ସମ୍ବୋଧନ କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ଆତଙ୍କବାଦ ବିରୋଧରେ ଲଢ଼େଇ “ଅପରେସନ ସିନ୍ଦୂର” ରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି। ଭାରତୀୟ ସେନାର ଏହି ଅଗାଢ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଏବଂ ତାଙ୍କ ବୀରତ୍ୱକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାସ୍ତରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି।

ଏହି ତ୍ରିରଙ୍ଗା ଯାତ୍ରାରେ , ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଆରକ୍ଷୀ ବାହିନୀ, ସ୍ବେଛାସେବୀ ସଂଗଠନ,ଏନ. ସି. ସି, ଏନ. ଏସ. ଏସ, ଆରକ୍ଷୀ ବାହିନୀ,ଜନ ପ୍ରତିନିଧି, କ୍ରୀଡ଼ାବିତ, ଗଣମାଧ୍ୟମ ପ୍ରତିନିଧି, ବାର ଆସୋସିଏସନ, ଲୟର ଆସୋସିଏସନ୍, ବରିଷ୍ଠ ସରକାରୀ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ରେଡକ୍ରସ ସଂଘ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ତ୍ରିରଙ୍ଗା ପତାକା ଧରି ବାଇକ୍ ଚଳାଇ ବନ୍ଦେ ମାତରଂ ଧ୍ଵନି ଦେଇ ସହର ପରିକ୍ରମା କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking