26.1 C
Bhubaneswar
Wednesday, February 11, 2026
Homeଓଡିଶାମିଳିତ କେନ୍ଦ୍ରୀୟ ଟ୍ରେଡୟୁନିୟନ ପକ୍ଷରୁ କ୍ରାନ୍ତି ଦିବସରେ ଜିଲ୍ଲା ସ୍ତରୀୟ ସମାବେଶ

ମିଳିତ କେନ୍ଦ୍ରୀୟ ଟ୍ରେଡୟୁନିୟନ ପକ୍ଷରୁ କ୍ରାନ୍ତି ଦିବସରେ ଜିଲ୍ଲା ସ୍ତରୀୟ ସମାବେଶ

ଯାଜପୁର : ମୋଦି ସରକାର ଫାଶୀ ବାଦୀ ଜନବିରୋଧି ତଥା ଶ୍ରମିକ କର୍ମଚାରୀ ଏବଂ ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷା ପାଇଁ ଆଜିର ୯ ଅଗଷ୍ଟ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ଆଇ. ଏନ. ଟି. ୟୁ. ସି ଓ ସି. ଆଇ. ଟି. ୟୁ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଆଇ.ଏନ. ଟି. ୟୁ. ସି ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସି. ଆଇ. ଟି. ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ନାୟକ ଆଇ. ଏନ. ଟି. ୟୁ ସି ର ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ପଦ୍ମନାଭ ନାୟକ, ପରୀକ୍ଷିତ ମଲିକ, ବିଦ୍ୟାଧର ଜେନା, ଓ ସି. ଆଇ. ଟି. ୟୁ ନେତା ଡ଼ଃ ନିର୍ମଳ ଚନ୍ଦ୍ର ରଥ ଦେବବ୍ରତ ମହାନ୍ତି,ତ୍ରିଲୋଚନ ରାଉତ, ମନ୍ମଥ ରାୟ, ସୁରେଶ ସାହୁ, ସନ୍ତୋଷ କୁମାର ବରାଳ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଙ୍କୁ ଦୃଢ଼ ସମାଲୋଚନା କରି ଥିଲେ l ଘରେଇ କରଣ ସହିତ ୪୪ ଗୋଟି ଶ୍ରମଆଇନ କୁ ସଂଶୋଧନ କରି ୪ ଗୋଟି ଶ୍ରମ କୋଡ଼ କରିବା ଓ ନୂତନ ଭାବେ ଆଇନ ରେ ଶ୍ରମିକ ଆନ୍ଦୋଳନ କୁ ଫୋଉଜଦାରି ମାମଲା ରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଶ୍ରମିକ କର୍ମଚାରି, ମାନଂକ ସ୍ଵାଧୀନତା କୁ ଛଡାଇ ନିଆ ଯାଉଛି l ନିଜ ର ହକ ପାଇଁ ଅନ୍ଧୋଳନ୍ କୁ ଚ ପାଇ ଦେବା ପାଇଁ ଏହି କଳା ଆଇନ କୁ ପ୍ରୟଣ କରି ଶିଳ୍ପ ପତି ମାନଂକୁ ସାହାଯ୍ୟ କରୁଚିନ୍ତି l କେନ୍ଦ୍ର ସରକାର ଏହି ଜନ ବିରୋଧି ନୀତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବିକରି ଥିଲେ ତତସହିତ ଶ୍ରମିକ ମାନଙ୍କ ମାସିକ ମଜୁରୀ ୨୬,000ଟଙ୍କା ଓ ପେନସନ ୧0,000ଟଙ୍କା ଘୋଷଣା କରିବା ସହିତ ୧୨ ଘଣ୍ଟିଆ କାର୍ଯ୍ୟନିର୍ଘଣ୍ଟ ପ୍ରତ୍ୟାହାର କରିବା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ର ଅଚଳାଅବସ୍ଥା ଦୂର କରି ତୁରନ୍ତ ସହାୟତା ରାଶି ଯୋଗାଇ ଦେବାକୁ ବକ୍ତାମାନେ ଦାବିକରି ଥିଲେ ଏକ ବର୍ଣ୍ଣlଡ ଶୋଭା ଯାତ୍ରା ରେ ବାହାରି କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ଚଳିବ ନାହି କଳା ଆଇନ ପ୍ରତ୍ୟାହାର କର ପ୍ରଭୁତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧ ରେ ବିଭିନ୍ନ ନାରl ଦେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କୂ ଆସି ଥିଲେ l କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରା ଯାଇ ଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking