18.1 C
Bhubaneswar
Monday, February 9, 2026
Homeଓଡିଶାଗୌତମ ବୁଦ୍ଧ ସଂସ୍କୃତି ଭବନରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୌତମ ବୁଦ୍ଧ ସଂସ୍କୃତି ଭବନରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର: ଆଜି ସମ୍ମାନ ଓ ସମୃଦ୍ଧିର ନାଁ ସୁଭଦ୍ରା ଯୋଜନା। ଏହି ଯୋଜନାର ସଫଳତା ମା’ ମାନଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ୱାସ ରହିଛି। ସୁଭଦ୍ରା ଯୋଜନାକୁ ଆହୁରି ତ୍ୱରାନ୍ୱିତ କରି ମା’ ଓ ଭଉଣୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପବିତ୍ର ରାକ୍ଷୀ ପୁର୍ଣିମା ଅବସରରେ କୋରାପୁଟ ଜିଲ୍ଲାର ଜୟପୁର ଠାରେ ୩ୟ କିସ୍ତି ସୁଭଦ୍ରା ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଯାଜପୁର ଜିଲ୍ଲା ରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆୟୋଜିତ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଲୋକସଭା ସାଂସଦ, ଯାଜପୁର ଡ. ରବୀନ୍ଦ୍ର ନାରାୟଣ ବେହେରା ସମସ୍ତଙ୍କୁ ବଳଭଦ୍ର ଜନ୍ମ ତଥା ରାକ୍ଷୀ ପୁର୍ଣିମା ଓ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ପ୍ରଦାନର ଶୁଭେଚ୍ଛା ଜଣାଇଥିଲେ। ବିକଶିତ ଭାରତର ଅର୍ଥ ହେଉଛି ଯୁବଶକ୍ତି ର ବିକାଶ, କୃଷକ ଭାଇ ତଥା ଅନ୍ନଦାତାଙ୍କ ବିକାଶ ସର୍ବୋପରି ନାରୀଶକ୍ତି ତଥା ମାତୃଶକ୍ତି ର ବିକାଶ। ମହିଳା ମାନଙ୍କର ଉନ୍ନତି ହେଲେ ଦେଶର ପ୍ରଗତି ହେବ। ସୁଭଦ୍ରା ଯୋଜନା ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମହିଳା ବିକାଶର ଅର୍ଥ ଦେଶର ବିକାଶ। ସୁଭଦ୍ରା ଯୋଜନା ରାଜ୍ୟସରକାରଙ୍କ ଏକ ଅଭିନଵ ପ୍ରୟାସ।

ପାଞ୍ଚହଜାର ଟଙ୍କା ପାଇ ଛୋଟ ଛୋଟ ବ୍ୟବସାୟ ମାଧ୍ୟମରେ ସଦବିନିଯୋଗ କରିପାରିଲେ ଜୀବନରେ ଉନ୍ନତି କରିପାରିବେ। ଯାଜପୁରକୁ ରେଳ ସଂଯୋଗ ହେବାସହ ଯେତେ ଯେତେ ପ୍ରକଳ୍ପ କୁ ସମ୍ପୂର୍ଣ କରାଯାଇ ବିରଜା କ୍ଷେତ୍ର ଯାଜପୁର କୁ ବିକଶିତ ଜିଲ୍ଲାରେ ପରିଣତ କରାଯିବ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଲେ ଅଳ୍ପ ଦିନ ହେବ ଜିଲ୍ଲାପାଳ ଭାବେ ଯୋଗ ଦେଇଛି। ମା ବିରଜା ଙ୍କ ଆଶୀର୍ବାଦ ରେ ସମସ୍ତଙ୍କ ପାଖରେ ପହଂଚିବି। ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇଦିଆଯାଉଛି। ଏହାର ସଦବିନିଯୋଗରେ ଆପଣ ନିଜ ପାଇଁ ନିଜ ପରିବାର ପାଇଁ କିଛି କରିପାରିବେ। ସରକାର ଙ୍କ ଉଦେଶ୍ୟ ଆପଣଙ୍କୁ ସାମର୍ଥ୍ୟ ଯୋଗାଇଦେବା। ଆମ ଜିଲ୍ଲାରେ ଅନେକ ସଫଳ କାହାଣୀ ରହିଛି। ମହିଳା ମାନଙ୍କ ଭିତରେ ଥିବା ପ୍ରତିଭା କୁ ଚିହ୍ନଟ କରି ତାଙ୍କୁ ପ୍ରଶିକ୍ଷିତ କରି ଆଗକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ଆଜିର ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନା ଉପରେ ଅନ୍ୱେଷଣ ଥିଏଟର ଗ୍ରୁପ କଳାକାର ମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସାହୁ ସ୍ବାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜି ଯାଜପୁର ଜିଲ୍ଲାର ୪,୬୨,୭୫୧ ଜଣ ହିତାଧିକାରୀ ସୁଭଦ୍ରା ତୃତୀୟ କିସ୍ତି ର ଟଙ୍କା ନିଜ ବ୍ୟାଙ୍କ ଖାତାରେ ପାଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ତିନି ଜଣ ସୁଭଦ୍ରା ହିତାଧିକାରୀ ବାସନ୍ତୀ ପଣ୍ଡା, ଅନୁପମା ରଣା ଓ ପ୍ରଜ୍ଞାନ ଲତା ସ୍ୱାଇଁ ସେମାନଙ୍କର ସଫଳ କାହାଣୀ ବର୍ଣ୍ଣନା କରିଥିଲେ। ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ,ଯାଜପୁର ବିଡିଓ ହେମନ୍ତ କୁମାର ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ସମାଜ ମଙ୍ଗଳ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ,ବୁଦ୍ଧିଜୀବୀ,ଏସ.ଏଚ.ଜି ମହିଳା ମାନେ, ଅଙ୍ଗନୱାଡ଼ି କର୍ମୀ, ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking