15.1 C
Bhubaneswar
Wednesday, December 17, 2025
Homeଓଡିଶାରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ

ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏଆଇସିସିଜ୍ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଆସିସମ୍ବିଧାନବଞ୍ଚାଅ, ଦେଶବଞ୍ଚାଅମହାସମାବେଶରେ ଯୋଗଦେବେତାଙ୍କ ସହ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁ ଗୋପାଳ ବି ଆସିବେ।ତେବେ ସେମାନଙ୍କ ଗସ୍ତ ପୂର୍ବରୁ ଆସନ୍ତା ବୁଧବାର ସୁଦ୍ଧା ଅର୍ଥାତ୍ ୯ତାରିଖ ସୁଦ୍ଧା ରାଜ୍ୟର ୨୨ଟି ସ୍ଥାନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ବରିଷ୍ଠ ନେତୃ ବୃନ୍ଦଙ୍କ ସହ ପିସିସି ମୁଖପାତ୍ରମାନଙ୍କୁ ଦାଇତ୍ୱ ପ୍ରଦାନ କରିଛନ୍ତି।

ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାରହିବେ।କଟକରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବଜେନା, ପୁରୀରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପଞ୍ଚାନନ କାନୁନଗୋ, ଖୋର୍ଦ୍ଧାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ରଜନୀମହାନ୍ତି, ରାୟଗଡ଼ାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦିକା ମନସାତ୍ରିପାଠୀ ରହିବେ।ସେହିପରି କେନ୍ଦ୍ରାପଡ଼ାରେ ଶ୍ରୀକାନ୍ତ ଜେନାଙ୍କ ସହ ପିସିସି କୋଷା ଧକ୍ଷ ସିଦ୍ଧାର୍ଥ ସ୍ୱରୁପଦାସ, ଯାଜପୁରରେ ଅନନ୍ତ ସେଠୀଓନଳିନୀକାନ୍ତନାୟକ, ନୟାଗଡ଼ରେମନୋରଞ୍ଜନଦାସଓଡ. ମନିଶାଦାସପଟ୍ଟନାୟକ, ଫୁଲବାଣୀରେ ଦେବାଶିଷନାୟକ ଓ ନିଶିକାନ୍ତମିଶ୍ର, ବାଲେଶ୍ୱରରେ ପଦ୍ମାକର ଗୁରୁଓକୃଷ୍ଣଚନ୍ଦ୍ରପତି, ଭଦ୍ରକରେ ସସ୍ମିତା ବେହେରା ଓ ସୁଦର୍ଶନଦାସ, ବାରିପଦାରେ ବିଭୁତିମିଶ୍ର ଓ ଅମିତମହାନ୍ତି, ରାଉରକେଲାରେ ହମିଦ୍ହୁସେନଓଜଗଦାନନ୍ଦପ୍ରଧାନ, ବଲାଙ୍ଗୀରରେ ସନ୍ତୋଷସିଂ ସାଲୁଜା ଓ ପ୍ରଶାନ୍ତ ଶତପଥି, ସମ୍ବଲପୁରରେ ଅରବିନ୍ଦ ଦାସ ଓ ଅଭିଶେକମହାନନ୍ଦ, ଭବାନୀପାଟଣାରେ ଭାରତ ଭୂଷଣ ବେମାଲ ଓ ଅରବିନ୍ଦଦାସ, କେନ୍ଦୁଝରରେନଗେନ୍ଦ୍ରପ୍ରଧାନ ଓ ହିମାଂଶୁଲେଙ୍କା, କୋରାପୁଟରେରାଜନଏକାଓମଙ୍ଗୁଖିଲ, ଅନୁଗୁଳ ରେ ଶରତ ରାଉତ ଓ ଅମିୟ ପାଣ୍ଡବ, ବ୍ରହ୍ମପୁରରେଡ. ଲଲାଟେନ୍ଦୁମହାପାତ୍ରଓମନିଶାତ୍ରିପାଠୀଢେଙ୍କାନାଳ ରେ ଜଗନ୍ନାଥ ପଟ୍ଟନାୟକ ଓ ଝୁନାପଟ୍ଟନାୟକ, ବରଗଡ଼ରେ ବିଶ୍ୱରଞ୍ଜନ ମହାନ୍ତି ଓ ସମରେନ୍ଦ୍ର ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଂପୃକ୍ତ ଜିଲ୍ଲାରଜିଲ୍ଲାସଂଯୋଜକ ଓ ପର୍ଯ୍ୟେବକ୍ଷକ ମାନେ ଉପସ୍ଥିତ ରହିବେ ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking