22.1 C
Bhubaneswar
Wednesday, December 17, 2025
Homeଓଡିଶାରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ

ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏଆଇସିସିଜ୍ୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଆସି ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ମହାସମାବେଶରେ ଯୋଗ ଦେବେ । ତାଙ୍କ ସହ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳ ବି ଆସିବେ। ତେବେ ସେମାନଙ୍କ ଗସ୍ତ ପୂର୍ବରୁ ଆସନ୍ତା ବୁଧବାର ସୁଦ୍ଧା ଅର୍ଥାତ୍ ୯ ତାରିଖ ସୁଦ୍ଧା ରାଜ୍ୟର ୨୨ଟି ସ୍ଥାନରେ ପିସିସି ସଭାପତି ଭକ୍ତଚରଣ ଦାସ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ବରିଷ୍ଠ ନେତୃବୃନ୍ଦ ଙ୍କ ସହ ପିସିସି ମୁଖାପାତ୍ର ମାନଙ୍କୁ ଦାଇତ୍ୱ ପ୍ରଦାନ କରିଛନ୍ତି।

ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରହିବେ। କଟକରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁରୀରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପଞ୍ଚାନନ କାନୁନଗୋ, ଖୋର୍ଦ୍ଧାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ରଜନୀ ମହାନ୍ତି, ରାୟଗଡ଼ାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଛାତ୍ରକଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦିକା ମନସା ତ୍ରିପାଠୀ ରହିବେ। ସେହିପରି କେନ୍ଦ୍ରାପଡ଼ାରେ ଶ୍ରୀକାନ୍ତ ଜେନାଙ୍କ ସହ ପିସିସି କୋଷାଧକ୍ଷ ସିଦ୍ଧାର୍ଥ ସ୍ୱରୁପ ଦାସ, ଯାଜପୁରରେ ଅନନ୍ତ ସେଠୀ ଓ ନଳିନୀକାନ୍ତ ନାୟକ, ନୟାଗଡ଼ରେ ମନୋରଞ୍ଜନ ଦାସ ଓ ଡ. ମନିଶା ଦାସ ପଟ୍ଟନାୟକ, ଫୁଲବାଣୀରେ ଦେବାଶିଷ ନାୟକ ଓ ନିଶିକାନ୍ତ ମିଶ୍ର, ବାଲେଶ୍ୱରରେ ପଦ୍ମାକର ଗୁରୁ ଓ କୃଷ୍ଣଚନ୍ଦ୍ର ପତି, ଭଦ୍ରକରେ ସସ୍ମିତା ବେହେରା ଓ ସୁଦର୍ଶନ ଦାସ, ବାରିପଦାରେ ବିଭୁତି ମିଶ୍ର ଓ ଅମିତ ମହାନ୍ତି, ରାଉରକେଲାରେ ହମିଦ୍ ହୁସେନ ଓ ଜଗଦାନନ୍ଦ ପ୍ରଧାନ, ବଲାଙ୍ଗୀରରେ ସନ୍ତୋଷ ସିଂ ସାଲୁଜା ଓ ପ୍ରଶାନ୍ତ ଶତପଥି, ସମ୍ବଲପୁରରେ ଅରବିନ୍ଦ ଦାସ ଓ ଅଭିଶେକ ମହାନନ୍ଦ, ଭବାନୀପାଟଣାରେ ଭାରତ ଭୂଷଣ ବେମାଲ ଓ ଅରବିନ୍ଦ ଦାସ, କେନ୍ଦୁଝରରେ ନଗେନ୍ଦ୍ର ପ୍ରଧାନ ଓ ହିମାଂଶୁ ଲେଙ୍କା, କୋରାପୁଟରେ ରାଜନ ଏକା ଓ ମଙ୍ଗୁ ଖିଲ, ଅନୁଗୁଳରେ ଶରତ ରାଉତ ଓ ଅମିୟ ପାଣ୍ଡବ,ବ୍ରହ୍ମପୁରରେ ଡ. ଲଲାଟେନ୍ଦୁ ମହାପାତ୍ର ଓ ମନିଶା ତ୍ରିପାଠୀ, ଢେଙ୍କାନାଳରେ ଜଗନ୍ନାଥ ପଟ୍ଟନାୟକ ଓ ଝୁନା ପଟ୍ଟନାୟକ, ବରଗଡ଼ରେ ବିଶ୍ୱରଞ୍ଜନ ମହାନ୍ତି ଓ ସମରେନ୍ଦ୍ର ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ସଂଯୋଜକ ମାନେ ଉପସ୍ଥିତ ରହିବେ ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking