27.1 C
Bhubaneswar
Tuesday, December 16, 2025
Homeଓଡିଶାଜିଲ୍ଲାସ୍ତରୀୟ ପି.ସି.ପି.ଏନ.ଡି.ଟି ପରାମର୍ଶ ଦାତା କମିଟି ବୈଠକ

ଜିଲ୍ଲାସ୍ତରୀୟ ପି.ସି.ପି.ଏନ.ଡି.ଟି ପରାମର୍ଶ ଦାତା କମିଟି ବୈଠକ

ଯାଜପୁର: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ପି.ସି.ପି.ଏନ.ଡି.ଟି ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଲିଙ୍ଗ ନିରୂପଣ କୁ କିଭଳି କଡ଼ାକଡ଼ି ଭାବରେ ରୋକାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂତନ କ୍ଲିନିକ୍ ପଞ୍ଜିକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। । ବୈଠକ ରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ରେ ଲିଙ୍ଗ ଅନୁପାତ ଅର୍ଥାତ୍ ପ୍ରତି ୧୦୦୦  ପୁଅରେ ଝିଅ ଙ୍କ ସଂଖ୍ୟା ୯୦୯ ଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ। ଏହା କୁ ବର୍ଦ୍ଧିତ କରିବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଜିଲ୍ଲାରେ ପଞ୍ଜିକରଣ ହୋଇନଥିବା ଓ ବହୁ ପୁରୁଣା ମେସିନ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକ କୁ ଚି଼ହ୍ନଟ କରି ସିଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ପ୍ରାରମ୍ଭ ରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଶିବାଶିଷ ମହାରଣା ସ୍ଵାଗତ ସୂଚନା ପ୍ରଦାନ କରିଥଲେ । ଜିଲ୍ଲାରେ ୪ ଟି ସରକାରୀ ଓ ୩୩ ଟି ବେସରକାରୀ ଅଲଟ୍ରାସାଉଣ୍ଡ କ୍ଲିନିକ କାର୍ଯ୍ୟ କରୁଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଥିଲେ।ପି ସି ପି ଏନ ଡି ଟି ଆଇନ ଲିଙ୍ଗ ନିରୂପଣ କୁ ବିଶେଷ କରି ଭ୍ରୁଣ ନଷ୍ଟ ପାଇଁ ଲିଙ୍ଗ ନିରୂପଣ ନିଷିଦ୍ଧ କରିଛି। ଯିଏ ଲିଙ୍ଗ ନିରୂପଣ କରିବେ ଆଇନତ ସେମାନଂକୁ ୩ ବର୍ଷ ଜେଲ ଓ ଦଶହଜ଼ାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ବ୍ୟବସ୍ଥା ରହିଛି।ଉକ୍ତ ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼ା ଶିବପ୍ରସାଦ ସାହୁ ,ଡା. ରମେଶ ଚନ୍ଦ୍ର ମଲ୍ଲିକ, ଡା. ପ୍ରଦୀପ୍ତ କୁମାର ସାହୁ ଏବଂଡା. ନଗେନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ପି. ସି. ପି. ଏନ. ଡି. ଟି ପରାମର୍ଶଦାତା କମିଟି ସଦସ୍ୟ ଡ. ରାଜକିଶୋର ପଣ୍ଡା, ଶ୍ରୀମତୀ ପ୍ରେମଲତା ପଣ୍ଡା, ଶ୍ରୀ ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking