ଭୁବନେଶ୍ୱର: ଆସନ୍ତା ଜୁନ ୯ ତାରିଖ (ସୋମବାର) ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜୁନ ୬ ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ । ଏଥନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଜଣାଇପାରିବେ । ଏତଦ୍ ଭିନ୍ନ ଅଣପଞ୍ଜୀକୃତ ଆବେଦନକାରୀମାନଙ୍କର ଅଭିଯୋଗ ପତ୍ରଗୁଡିକୁ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି l