29.1 C
Bhubaneswar
Tuesday, February 10, 2026
Homeଓଡିଶାଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ମହୋତ୍ସବ -୨୦୨୪

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ମହୋତ୍ସବ -୨୦୨୪

ଯାଜପୁର : କୁଆଜିଲ୍ଳ୍ କକୁପୂର୍ବାହ୍ନରେ ରସୁଲପୁର ବ୍ଲକର ମୁଗୁପାଳ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ମହା ସମାରୋହରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ,ଯାଜପୁର ସାଂସଦ ଡ଼ା. ରବି ନାରାୟଣ ବେହେରା କହିଲେ ମାନନୀୟ ପ୍ରଧାନ ମନ୍ତ୍ରୀ ୨୦୨୯ ସୁଦ୍ଧା ଭ।ରତକୁ ବିକଶିତ ଭ।ରତ ସୃଷ୍ଟି କରିବାକୁ ଯାଉଛନ୍ତି । ଗରିବ, ମହିଳା, କୃଷକ ଓ ଯୁବ ବର୍ଗ ହେଉଛନ୍ତି ଭ।ରତର ଭବିଷ୍ୟତ ଗୁରୁ ମାନେ ଭ।ରତକୁ ନୂତନ ଦିଗରେ ସୃଷ୍ଟି କରିବାରେ ବ୍ରତୀ ହୁଅନ୍ତୁ । ଗୁରୁ ଶିଷ୍ୟ ପରମ୍ପରାରେ ଗୁରୁକୁଳ ପଦ୍ଧତିରେ ଭାରତରେ ତକ୍ଷଶିଳା, ନାଳନ୍ଦା ଆଦି ବିଶ୍ଵସ୍ତରୀୟ ବିଶ୍ଵ ବିଦ୍ୟାଳୟ ରହିଛି । ଯାଜପୁର ଜିଲ୍ଲାର ଜାରକା ପାଖରେ ପୁଷ୍ପ ଗିରି ବିଶ୍ଵବିଦ୍ୟାଳୟ ଥିଲା । ସ୍କୁଲ ସମୟରେ ଗୁରୁମାନେ ଯେଉଁ ମହାନ ଶିକ୍ଷା ଦେଇଛନ୍ତି ସେ ବିଦ୍ୟା ଜୀବନର ଶେଷ ପର୍ଯ୍ୟନ୍ତ କାମ ଦେବ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା କହିଲେ ହେଉଛି ପବିତ୍ର ଗୁରୁ ଦିବସ ଡ଼. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ । ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି ସେ ହେଉଛନ୍ତି ଆମର ପ୍ରକୃତ ଗୁରୁ । ଏହି ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ କହିଲେ ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ଗୁରୁ ଦିବସ ଅବସରରେ ଉପସ୍ଥିତ ସମସ୍ତ ଗୁରୁମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛ। ଜଣାଇଥିଲେ । ବିଦ୍ୟାଳୟ ଜୀବନ ହେଉଛି ଜୀବନର ସ୍ମରଣୀୟ ସମୟ । ସ୍କୁଲରେ ପାଠ ପଢା ସହିତ ବ୍ୟକ୍ତିତ୍ଵର ବିକାଶ ଘଟେ । ପିଲାମାନେ ଯେଉଁ କ୍ଷେତ୍ରରେ କ୍ରୀଡ଼ା, ସଂଗୀତ, ନୃତ୍ୟ, ଶିକ୍ଷକତା, ଡାକ୍ତର, ଇଂଜିନିୟର ଯାହା ହେବାକୁ ଚାହୁଁଛନ୍ତି ସ୍କୁଲ ଜୀବନରୁ ସେ ପାଇଁ ପ୍ରଚେଷ୍ଟା କରନ୍ତୁ । ଶିକ୍ଷକଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ସେମାନେ ଦେଶର ଭବିଷ୍ୟତଙ୍କୁ ଗଢି ତୋଳନ୍ତୁ । ଆଗାମୀ ବର୍ଷରେ ଯାଜପୁର ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଆହୁରି ଅଧିକ ପୁରସ୍କାର ପାଇ ଜିଲ୍ଲାକୁ ଗୌରବାନ୍ଵିତ କରିବେ । ଆରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ନିବେଦିତା ପାଣି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ସେମାନଙ୍କର ପିତା ମାତା, ଅଭିଭାବକ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ସମସ୍ତଙ୍କୁ ଗୁରୁ ଦିବସରେ ଅଭିନନ୍ଦନ ଓ ଶୁଭେଚ୍ଛ। ଜଣାଇଥିଲେ । କୃତି ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କେବଳ ଏକ ପୁରସ୍କାର ନୁହେଁ ଏହା ଏକ ପ୍ରେରଣା ଏବଂ ଗୌରବର ବିଷୟ । ହାଇ ସ୍କୁଲ ପରୀକ୍ଷାରେ ସର୍ବାଧିକ ନମ୍ବର ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବାକୁ ଜିଲ୍ଲାରୁ ୧୫ ଜଣ, ଜିଲ୍ଲା ସ୍ତରୀୟ ପୁରସ୍କାର ପାଇଁ ୧୫୪ ଜଣ ବ୍ଲକ ସ୍ତରୀୟ ପୁରସ୍କାର ପାଇଁ ୧୦୩୮ ଏବଂ ଭାଷା ବୃତ୍ତି ପୁରସ୍କାର ପାଇଁ ୨୨୦ ଜଣ କୃତୀ ଛାତ୍ର ଛାତ୍ରୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଉତ୍ସବରେ ୧୨ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭାସୀ ମାଧ୍ୟମରେ ଯୋଡି ହୋଇ ଜିଲ୍ଲାର ସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଡି.ଆଇ.ଇ.ଟି. ଅଧ୍ୟକ୍ଷ ଶ୍ରୀମତୀ ନିବେଦିତା ଗୁରୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ପ।ତ୍ର, ଶ୍ରୀ ରାଜେସ କୁମାର ସ୍ଵାଇଁ, ମୁଗୁପ।ଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହାମୟୀ ଜେନା, ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking