14.1 C
Bhubaneswar
Monday, January 12, 2026
Homeଓଡିଶାପାଣିକୋଇଲିରେ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟିତ

ପାଣିକୋଇଲିରେ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣିକୋଇଲି ପ୍ରାଥମିକ କୃଷି ସମବାୟ ସମିତି ଧାନ ମଣ୍ଡିରେ ଧାନ କ୍ରୟର ଶୁଭ ଉଦଘାଟନ ହୋଇଛି। ଏହି ଜିଲ୍ଲାସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଯୋଗାଣ ଅଧିକାରୀ ଶ୍ରୀ ଦିଲ୍ଲୀପ ପାଣିଗ୍ରାହୀ, ଡିଆରସିଏସ ଶ୍ରୀ ଅମୁଲ୍ୟ କୁମାର ସେଠି ଯୋଗ ଦେଇଥିଲେ। ଜିଲ୍ଲାରେ ସମସ୍ତ ଧାନ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ ବିନା କଟନୀ ଛଟନୀ ରେ ସୁରୁଖୁରୁରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ପରାମର୍ଶ ଦେଇଥିଲେl ଏହି ଜିଲ୍ଲା ରେ ସୁବ୍ୟବସ୍ଥିତ ଢଙ୍ଗରେ ମଣ୍ଡିରେ ଧାନ କ୍ରୟ କରିବା ଉପରେ ଗୁରୁତ୍ବ ସହକାରରେ କାର୍ଯ୍ୟ କରାଯିବ l ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ମୋଟ ୫୯,୯୬୧ ଜଣ ଚାଷୀ ଧାନ ମଣ୍ଡି ପାଇଁ ପଞ୍ଜିକରଣ କରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୪୨,୭୨୦ ଟୋକେନ୍ ବଣ୍ଟନ କରାଯାଇଛି। ଧାନର ସର୍ବନିମ୍ନ ସହାୟତା ରାଶି ଇନପୁଟ ସବସିଡି ସହିତ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ଦିଆଯିବ। ଏଥର ଝୋଟ ବ୍ୟାଗରେ ହିଁ ଧାନ କ୍ରୟ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ପଞ୍ଜୀକୃତ ହୋଇଥିବା ମୋଟ ୧୪୦ ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୪୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଧାନ କ୍ରୟ କରlଯିବ କିନ୍ତୁ ଅଧିକାଂଶ ଚାଷୀ ମାନେ କମ ଦରରେ ଧାନ ବିକ୍ରି କରିଲେଣି l ଅନ୍ୟପଟେ ଆଉ କିଛି ଚାଷୀ କହୁଛନ୍ତି ବହୁ ବିଳମ୍ବରେ ମଣ୍ଡି ଖୋଲିବ l ସାଂସଦ ଓ ବିଧାୟକ ମଣ୍ଡିକୁ ଉଦଘାଟନ କରିବା ଏକ ପ୍ରହସନ l ସାଂସଦ ବିଧାୟକ କେବଳ ଶସ୍ତା ରାଜନୀତି କରି ବିଭିନ୍ନ ଗଣ ମାଧ୍ୟମରେ ନାମ ପ୍ରଚାର ପାଇଁ ମଣ୍ଡିକୁ ଉଦଘାଟନ କରି ବାଃ ବାଃ ନେବା ପାଇଁ ଏ ପ୍ରୟାସ l ଏ ଡବଲ ଇଞ୍ଜିନ ସରକାର ଚାଷୀ ମାରଣ ସରକାର ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ତୀବ୍ର ସମାଲୋଚନା କରା ଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking