25.1 C
Bhubaneswar
Tuesday, March 24, 2026
Homeଓଡିଶାଜିଲ୍ଲାସ୍ତରୀୟ କୃଷକ ରେଜିଷ୍ଟ୍ରି ଓ ଡିଜିଟାଲ ଫସଲ ସର୍ଭେ

ଜିଲ୍ଲାସ୍ତରୀୟ କୃଷକ ରେଜିଷ୍ଟ୍ରି ଓ ଡିଜିଟାଲ ଫସଲ ସର୍ଭେ

ଯାଜପୁର : ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ କୃଷକ ରେଜିଷ୍ଟ୍ରି ଓ ଡିଜିଟାଲ ଫସଲ ସର୍ବେକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ପ୍ରଦୀପ ପ୍ରଜ୍ବଳନ ଓ ମା ବିରଜାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଉଦଘାଟନ କରିଥିଲେ। ବିଭିନ୍ନ ଉଦ୍ଦେଶ୍ୟ ସାଧନ ପାଇଁ ଓ କୃଷକ ମାନଙ୍କ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତି କରିବା ନିମନ୍ତେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ୨୫ ହଜାର କୃଷକଙ୍କ ପାଇଁ ଫାର୍ମରସ ରେଜିଷ୍ଟ୍ରି ପ୍ରସ୍ତୁତ କରାଯିବ। ଏଥିପାଇଁ କୃଷି, ରାଜସ୍ୱ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ନିଷ୍ଠାର ସହିତ ଏହି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଡେପୁଟି କଲେକ୍ଟର ଶ୍ରୀମତୀ ଦୀପ୍ତିମୟୀ ବେହେରା ସହକାରୀ କୃଷି ନିର୍ଦ୍ଦେଶକ ମୀରା ପରିଚ୍ଛା ଓ ଡେପୁଟି କଲେକ୍ଟର ଶ୍ରୀ ରଶ୍ମିରଞ୍ଜନ ମଲ୍ଲିକ ଓ ଯୋଜନା ଅଧିକାରୀ ଶୁଭସ୍ମିତା ସ୍ବାଇଁ ଏହି କାର୍ଯ୍ୟାଳୟରେ ତାଲିମ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ତତ୍ତ୍ଵାବଧାନରେ ଏହି କର୍ମଶାଳାରେ ପ୍ରାୟ ୩୦୦ ଜଣ କ୍ଷେତ୍ରାଧିକାରୀ ତାଲିମ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ। ବ୍ଲକ କୃଷି ଅଧିକାରୀ ଶ୍ରୀ ବିଭୂତି ଭୂଷଣ ପତି ଓ ଶୁଭ୍ରଜିତ୍ ବେହେରା, ଓ ବି.ଟି. ଏମ୍ ପ୍ରାର୍ଥ ପ୍ରତିମ ସ୍ବାଇଁ ଏହି କର୍ମଶାଳାରେ ସହାୟତା ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking