30.1 C
Bhubaneswar
Sunday, February 8, 2026
Homeଓଡିଶାଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଶିଶୁବାଟିକାର ଶୁଭାରମ୍ଭ

ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଶିଶୁବାଟିକାର ଶୁଭାରମ୍ଭ

ଯାଜପୁର: ଯାଜପୁରର ବୁଧବାର ସକାଳ 9 ଘଟିକା ସମୟରେ ସୁକିନ୍ଦା ବ୍ଲକ ସ୍ଥିତ ଚିଙ୍ଗୁଡ଼ିପାଳ ପଂଚାୟତ ଅନ୍ତର୍ଗତ ନଗଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ” ପି.ଅନ୍ଵେଷା ରେଡ୍ଡୀ, ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା l ଉତ୍ସବ ର ପ୍ରାରମ୍ଭରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଏବଂ ଡ଼ଃ ଦୟାନିଧି ଦାଶ ଙ୍କ ଦ୍ୱାରା ବିଭୁବନ୍ଦନା ଗାନ ସହ ମଞ୍ଚ ପରିଚାଳନା କାର୍ଯ୍ୟ କରାଯାଇଥିଲା l ତତ୍ପରେ ସମସ୍ତ ଅତିଥି ମାନଙ୍କୁ ସୁକିନ୍ଦାର ଶିକ୍ଷୟତ୍ରୀଙ୍କ ଦ୍ୱାରା ପୁଷ୍ପ ବୃକ୍ଷ ସହ ବ୍ୟାଜ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଉତ୍ସବର ପ୍ରାରମ୍ଭରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକ ସ୍ୱାଗତ ଭାଷଣ ସହ ଉତ୍ସବର ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହାପରେ ନଅ ଜଣ ନଗଡାର ଶିଶୁ ଙ୍କୁ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସମସ୍ତ ଅତିଥି ମାନଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟ ଅତି ସୁନ୍ଦର ଭାବେ କରାଯାଇ, ସେମାନଙ୍କର ଅଭିଭାବକ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପିଲାମାନଙ୍କ ଉଦେଶ୍ୟରେ ଶିକ୍ଷକ ପ୍ରଶାନ୍ତ ଗୁଇଁ, ବସନ୍ତ କୁମାର ଦାସ, କଲ୍ୟାଣୀ ମହାରଣା ଏବଂ ତପନ କୁମାର ନାୟକ ବିଭିନ୍ନ ପ୍ରକାରର ଶିକ୍ଷଣ ଭିତ୍ତିକ ସକ୍ରିୟାତ୍ମକ କାର୍ଯ୍ୟ ପରିବେଷଣ କରି ସମଗ୍ର ଶିଶୁ ମାନଙ୍କର ମନୋରଞ୍ଜନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରେଶମା ଟେଟେ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା,ସମାଜ ମଙ୍ଗଳ ଅଧିକାରିଣୀ, ଚିଙ୍ଗୁଡ଼ିପାଳ ଗ୍ରାମପଂଚାୟତ ସରପଞ୍ଚ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ରାଜେଶ ସ୍ୱାଇଁ ପ୍ରମୁଖ ଅତିଥି ମାନେ ଶିକ୍ଷା ର ମହତ୍ୱ ଓ ଗୁରୁତ୍ୱ ଉପରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ l ପରିଶେଷରେ ସୁକିନ୍ଦା ମଣ୍ଡଳ ଶିକ୍ଷଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହାପରେ ଯାଜପୁର ଜିଲ୍ଲାପାଳ ଙ୍କ ଦ୍ୱାରା ଶିକ୍ଷା ସଚେତନତା ରଥର ଶୁଭରମ୍ଭ କରାଯାଇଥିଲା ଓ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସାକ୍ଷରତା ଷ୍ଟଲ, ସଂଖ୍ୟା ଜ୍ଞାନ ଷ୍ଟଲ ଓ ସୃଜନଶୀଳତା ଷ୍ଟଲ ପରିଦର୍ଶନ କରାଯାଇ ଭୁୟସୀ ପ୍ରଶଂସା କରାଯାଇଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking