29.1 C
Bhubaneswar
Monday, February 9, 2026
Homeଓଡିଶାଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳନ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳନ

ଯାଜପୁର: ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଗୋପିନାଥ ଜିଉ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଲିପାଟଣା ପରିସରରେ ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଅଛି। ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ସୂଚନା ଓ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ପ୍ରାଧିକରଣର ଅଧ୍ୟକ୍ଷ ଏବଂ ମୁଖ୍ୟ ଅତିଥି ଓ ଅତିଥି ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧୀର କୁମାର ସାହୁ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟ ସୁନ୍ଦର ରାଉତରାୟ, ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରା ଓ ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କର୍ମକର୍ତ୍ତା ଡ. ରୁଦ୍ର ନାରାୟଣ ପୃଷ୍ଟି ପ୍ରମୁଖ ଶ୍ରମିକ ଦିବସର ମହତ୍ତ୍ଵ, ବିବିଧ ଶ୍ରମ ଆଇନ୍ ସହିତ ବିଭିନ୍ନ ବର୍ଗର ଶ୍ରମିକ ମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଶ୍ରମ ବିଭାଗ ପକ୍ଷରୁ ପଞ୍ଜୀକୃତ ହୋଇଥିବା ସ୍ଥାନୀୟ ଶ୍ରମିକମାନଙ୍କ ମଧ୍ୟରୁ ସେଠାରେ ଉପସ୍ଥିତ ଥିବା ୧୮ ଜଣଙ୍କୁ ବିବାହ ଜନିତ ୨ ଜଣଙ୍କୁ ମୃତ୍ୟୁ ଜନିତ, ଓ ୭ ଜଣଙ୍କୁ ଶିକ୍ଷା ଗ୍ରହଣ ପାଇଁ ମୋଟ ଭାବେ ଟ. ୨୧,୯,୮୦୦/- ଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଆଲୋକ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପ୍ରାଧିକରଣ ର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking