14.1 C
Bhubaneswar
Friday, December 19, 2025
Homeଓଡିଶାଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ପାଳନ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ପାଳନ

ଯାଜପୁର: ଯାଜପୁର ଆଜି-ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଜପୁର ପରିସର ରେ ବନମହୋତ୍ସବ ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ବନବିଭାଗ ସହଯୋଗ ରେ ବିଭିନ୍ନ କିସମର ଫଳ ଓ ଫୁଲ ଗଛ ଜିଲ୍ଲାଜଜ୍ ଅମୃତ ରଞ୍ଜନ ନନ୍ଦ,ଏଡିଜେ ତଥା ସ୍ପେଶାଲ୍ ଜଜ୍ ପକ୍ସୋ ଅଭିଜିତ ପଲାଇ,ସିନିୟର୍ ସିଭିଲ୍ ଜଜ୍ ସତ୍ୟପ୍ରକାଶ ରାୟ ଚୌଧୁରୀ, ସିଭିଲକୋର୍ଟ ରେଜିଷ୍ଟାର ମାନସ ରଞ୍ଜନ ସାମନ୍ତରାୟ ,ସିଭିଲଜଜ୍ ସିନିୟର୍ ଡିଭିଜନ ଏଲ୍ ଆର୍ ଆଣ୍ଡ ଏଲଟିଭି ଲୋପାମୁଦ୍ରା ମହାନ୍ତି,ଏସଡିଜେଏମ୍ ସୁମିତ୍ରା ବିଶ୍ବାଳ,ସିଭିଲଜଜ୍ ଜୁନିୟର ଡିଭିଜନ୍ ସୁନୀତା ବିଶ୍ବାଳ,ଜେଏମଏସସି ସୁଶ୍ରୀ ନିଷ୍ଠା ,ଜେଏମଏସସି ସୁଶ୍ରୀ ବିଣାପାଣୀ ତାଣ୍ଡି ,ଜିଲ୍ଲା ଶିକ୍ଷା ଅଧିକାରୀ ଯାଜପୁର ନିତ୍ୟାନନ୍ଦ ବାରିକ, ଏସିଏଫ୍,ସନ୍ତୋଷ କୁମାର ପତି ,ଫରେଷ୍ଟ ରେଞ୍ଜ ଅଫିସର ଯାଜପୁର ରୋଡ଼ ଧର୍ମେନ୍ଦ୍ର ପ୍ରଧାନ, ସଚୀବ ଆଇନ ସେବା ପ୍ରାଧିକରଣ ଲିପା ମହାନ୍ତି ପ୍ରମୁଖ ଚାରା ରୋପଣ କରିଥିଲେ ।ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଚାରା ଵଣ୍ଟନ କରିଥିଲେ ।ନିମନ୍ତ୍ରିତ ଅତିଥି ବିଚାରପତି ବୃନ୍ଦ ବିଦ୍ୟାଳୟର ଶିକ୍ଷକ ଶିକ୍ଷିକା ଓ ପ୍ରାଧିକରଣ ଦ୍ଵାରା ପରିଚାଳିତ ଅଠର ଗୋଟି ଷ୍ଟୁଡେଣ୍ଟ୍ ଲିଗାଲ କ୍ଲବର ଛାତ୍ର ଛାତ୍ରୀ,ଭାରପ୍ରାପ୍ତ ଶିକ୍ଷକ ମାନେ ଆୟୋଜିତ ସଚେତନତା ଶୋଭାଯାତ୍ରାରେ ଯୋଗଦେବା ପରେ ପ୍ରାଧିକରଣ ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅତିଥି ଆଲୋଚକ ଭାବେ ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ,ଜିଲ୍ଲା ବିଜ୍ଞାନ ପରିଦର୍ଶକ କୁମାରସେନ୍ ସେନାପତି ପ୍ରମୁଖ ଯୋଗଦେଇ ଆଜି ଦିବସର ମହତ୍ତ୍ଵ ,ଜନ ଜୀବନ, ପରିବେଶ ସୁରକ୍ଷା ଓ ଅବିବୃଦ୍ଧିରେ ବୃକ୍ଷର ମହନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୀତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା କର୍ମୀ ଓ ପିଏଲଭି ମାନେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking