19.1 C
Bhubaneswar
Friday, December 19, 2025
Homeଓଡିଶାଜିଲ୍ଲା ପରିବେଶ ସମିତିର ବିଶ୍ୱ ଧରିତ୍ରୀ ଦିବସ ପାଳନ

ଜିଲ୍ଲା ପରିବେଶ ସମିତିର ବିଶ୍ୱ ଧରିତ୍ରୀ ଦିବସ ପାଳନ

ଯାଜପୁର: ପୂର୍ବାହ୍ନ ରେ ମୁରଲୀ ଧର ମେମୋରିଆଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପରିବେଶ ସମିତି, ଯାଜପୁର ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ବିଶ୍ୱ ଧରିତ୍ରୀ ଦିବସ ପାଳନ ଓ ଏକ ଆଲୋଚଜନା ଚକ୍ର ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଆର୍ଯ୍ୟ ନାରାୟସନ ପଣ୍ଡା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ଦଶରଥପୁର ତଥା ବିଂଝlରପୁର ବ୍ଲକର ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅନ୍ନଦା ପ୍ରସାଦ ରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରି,ପରିବେଶ ସଫା ସୁତୁରା ରଖିବା,ଶକ୍ତି ଅପଚୟ ରୋକିବା, ମୃତିକା ପ୍ରଦୂର୍ଷଣ ନିୟନ୍ତ୍ରଣ କରି ଅଧିକ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା, ଜଳ ସଂରକ୍ଷଣ ଓ ପ୍ରଦୂଷଣ ମୁକ୍ତ ରଖିବା ଦ୍ୱାରା ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷିତ ରହିପାରିବ ବୋଲି ବକ୍ତବ୍ୟ ରଖିଥିଲେ l ମୁଖ୍ୟ ବକ୍ତା ଡଃ ଦିଲୀପ କୁମାର ପ୍ରଧାନ, କିପରି ଶକ୍ତି ଅପଚୟ ରୋକିଵା ଓ ମୃତିକା ପ୍ରଦୂଷଣ ନିୟନ୍ତ୍ରଣ କରିଵା ସହିତ ବିଶ୍ୱ ତାପ ମାନ ନିୟନ୍ତ୍ରଣ, ସମୁଦ୍ରର ଜଳପତନ ବୃଦ୍ଧି ନିୟନ୍ତ୍ରଣ ଓ ଜୀବଜଗତର ସୁରକ୍ଷା କରାଯାଇ ପାରିବ ତାହା ବର୍ଣ୍ଣନା କରିଥିଲେ l

ବିଂଝାରପୁର ବ୍ଲକର ଇକୋ କ୍ଲଵ ଶିକ୍ଷକ ମlନେ ନୂଆ ନୂଆ ବିଜ୍ଞାନ ଉଦ୍ଭାବନ କରିବା ଓ ବ୍ୟବହାର କରିବା ସହିତ ନିଜ ଜୀବନ ଶୈଳୀ ରେ ପ୍ରତି ମୁହୂର୍ତ୍ତରେ ପ୍ରଦୂର୍ଷଣ ମୁକ୍ତ ପରିବେଶ ସୃଷ୍ଟିକରିବାର ଉଦ୍ୟମ ବାଞ୍ଛନିୟ ବୋଲି ପ୍ରକାଶ କରିଥିଲେ l ଶିକ୍ଷକ ପଞ୍ଚାନନ ମିଶ୍ର ସ୍ୱlଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଡଃ ଶରତ କୁମାର ସାହୁ ବିଶ୍ୱ ଧରିତ୍ରୀ ଦିବସ ପାଳନର ଉଦେଶ୍ୟ,ଆବଶ୍ୟକତା, ଉପାଦେୟତା ସମ୍ବନ୍ଧରେ ଓ ଆଲୋଚନା ଚକ୍ରର ବିଷୟ ବସ୍ତୁ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଶକ୍ତି ସଂରକ୍ଷଣ ଓ ମୂର୍ତ୍ତିକା ପ୍ରଦୂଷଣ ମୁକ୍ତ ରଖିବା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ବିଂଝାରପୁର ବ୍ଲକର ବିଭିନ୍ନ ଇକୋ କ୍ଲଵ ସ୍କୁଲରୁ ଆସିଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ ଉଚ୍ଚ ବିଦ୍ୟାଳର ଛାତ୍ରୀ ମାନେ ଉଦ୍ଘାଟନୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l ସ୍ଥାନୀୟ ଜନସାଧାରଙ୍କଠାରେ ପରିବେଶ ସଚେତନତା ସୃଷ୍ଟି କରିବl ପାଇଁ ଏକ ପଦ ଯାତ୍ରା ପ୍ରାତଃ କାଳରେ ଆୟୋଜନ କରାଯାଇଥିଲାl ଇକୋ କ୍ଲଵ ଛାତ୍ର ଓ ଛାତ୍ରୀମନେ ଉକ୍ତ ପଦ ଯାତ୍ରାରେ ଯୋଗଦେଇ ପ୍ଲାକାର୍ଡ ଧରି ସ୍ଲୋଗାନଦେଇ ପରିବେଶ ସଚେତନତା ସୃଷ୍ଟି କରି ଥିଲେ lଶିକ୍ଷଜ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ରଶ୍ମି ରଞ୍ଜନ ବେହେରା ଓ ଉକ୍ତ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ବିଶ୍ୱ ଧରିତ୍ରୀ ଦିବସ ପାଳନ ଓ ଆଲୋଚନା ଚକ୍ରରେ ସହଯୋଗ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking