27.1 C
Bhubaneswar
Wednesday, July 16, 2025
Homeଓଡିଶାଜିଲ୍ଲା ପରିବେଶ ସମିତିର ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳନ  

ଜିଲ୍ଲା ପରିବେଶ ସମିତିର ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳନ  

ଯାଜପୁର: ଯାଜପୁର ଆଜି ବିଶ୍ବ ପରିବେଶ ଦିବସ ପରିକ୍ଷେଫି ରେ ଅବଦଲପୁରସ୍ଥ ଉପେନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟରେ ଜିଲ୍କା ପରିବେଶ ସମିତି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଆଞ୍ଚଳିକ ଶାଖା, କଳିଙ୍ଗ ନଗର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ଵପରିବେଶ ଦିବସ ପାଳନ ଓ ଆଲୋଚନା ଚକ୍ର “ବିଷୟ -ପ୍ଲାଷ୍ଟିକ ପ୍ରଦୂଷଣ ସମାପ୍ତ କରିବା “ଜିଲ୍ଲା ପାଳ ତଥା ସମିତିର ଅଧକ୍ଷା ପି. ଅନ୍ଵେଷା ରେଡି ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି l କିପରି ଵୃକ୍ଷ ରୋପଣ ଓ ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ କରି ପରିବେଶ ସୁରକ୍ଷା କରାଯାଇ ପାରିବ ଟାହା ସେ ବର୍ଣନା କରିଥିଲେ l ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ପ୍ଲାଷ୍ଟିକ ପ୍ରଦୂର୍ଷଣ ସମସ୍ୟା ଓ ଏହାର ସମାଧାନ ସମ୍ବନ୍ଧରେ ଅଲକଚନା କରିଥିଲେ l ସହ ଉଦ୍ୟାନ ନିର୍ଦ୍ଧେଶଜ ସାମ୍ନାନୀୟ ଅତିଥି ରୂପେ ଯୋଗ ଦେଇ ଉଦ୍ଭିଦର ଶତ୍ରୁ ପ୍ଲାଷ୍ଟିକକୁ କିପରି ଆମଠାରୁ ଦୁରେଇ ଦେଇ ପରିବା ସେ ସମ୍ବନ୍ଧରେ ଆଲୋଚନା କରିଥିଲେ l ଉପେନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ  ସଭାପତି ରୂପେ ସଭା ପରିଚାଳନା କରିଥିଲେ l

ସମିତିର ସମ୍ପାଦକ ଡଃ ଶରତ କୁମାର ସାହୁ ଆଲୋଚନା ଚକ୍ରର ଉଦ୍ଧେଶ୍ୟ lଓ ଆବଶ୍ୟକତା ଉପେର ସୂଚନା ପ୍ରଦାନ କରିଥିଲେ l ପଣ୍ଡିତ ଭୂପତି ଭୂଷଣ ମିଶ୍ର ସାମ୍ନାନୀୟ ଅତିଥି ରୂପେ ଯୋଗ ଦେଇ ସଚେତନତା ବାର୍ତ୍ତା ସହିତ କିଛି ପରିବେଶ କାର୍ଯ୍ୟ କରିବାକୁ ମତ ପୋଷଣ କରିଥିଲେ lପରିବେଶ ସଚେତନତା ବିଶେଷତଃ ପ୍ଲାଷ୍ଟିକ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଇକୋ କ୍ଲବର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ବଡ଼ଚଣା ବ୍ଲକରୁ ଅନିଲ କୁମାର ଦାସ,ବରି ବ୍ଲକରୁ ଉଦୟନାଥ ଜେନା, କୋରେଇ ବ୍ଲକରୁ ଟୁଟୁ ମିଶ୍ର ଓ ଦାନଗଦି ବ୍ଲକରୁ ଅଶ୍ୱନୀ କୁମାର ଧଳଙ୍କୁ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପାରିବର୍ତ୍ତନ ବିଭାଗ ଦ୍ୱାରା ପ୍ରଦତ୍ତ ପୁରସ୍କାର ରାଶି ଟ୧୦୦୦୦ /-ଙ୍କା, ପ୍ରମାଣ ପତ୍ର ସହିତ ପ୍ରକୃତି ବନ୍ଧୁ ସନମ୍ମାନରେ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କର୍ସଯାଇଥିଲା l ପ୍ଲାଷ୍ଟିକ ବିରୁଦ୍ଧରେ ସଚେତନତା ପାଇଁ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାନପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲ୍ଲ l ପ୍ରକୃତି ମିତ୍ର ପୁରସ୍କାର ପାଇଁ ବଡ଼ଚଣା ବ୍ଲକରୁ ଧାନ ମଣ୍ଡଳ ସରକାରୀ ଉଚ୍ଚବିଦ୍ୟାଲୟ, ଦଶରଥପୁର ବ୍ଲକରୁ ଏ. ବି ସରକାରୀ ଉଚ୍ଚ ବିଦ୍ୟାଳୟ, ବିଂଝାରପୁର ବ୍ଲକରୁ ସିଂହ ପୁର ମହାବିଦ୍ୟାଳୟ ଓ ବରି ବ୍ଲକରୁ ଅଜାଣ ବନ ଶିକ୍ଷlଶ୍ରମ ଇତ୍ୟାଦିକୁଓଡିଶା କୃଷି ବିଶ୍ୱ ବିଦ୍ୟାଳୟର କୃଷି ଓ ଶିକ୍ଷା ସଦନ କୁ ପଠାଯାଇଥିଲା l

ଉକ୍ତ ବିଦ୍ୟାଳୟର ଛାତ୍ରୀ ମାନେ ଉଦ୍ଘାଟନୀ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l ମୁଖ୍ୟ ପ୍ରଶିକ୍ଷକ ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସବୁଜ ଶପଥ ଓ ପ୍ଲାଷ୍ଟିକ ଆବର୍ଜନା କମlଇଵା ପାଇଁ ଶପଥ ପାଠ କରାଯାଇଥିଲା lଗତ ତିନି ତାରିଖ ଓ ଆଜି ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଦୀୟ ଶପଥ ପାଠ କରାଯାଇଥିଲା l ଗତ ତିନିତା ରିଖ ଓ ଆଜି ସଖାଳେ ପ୍ଲାଷ୍ଟିକ୍ ବ୍ୟବହାର ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି ପାଇଁ ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଗୋଖନ ବଜାରରେ କରାଯାଇଥିଲା, ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରାଯାଇଥିଲା l ବିଧ୍ୟାଳୟ ପରିସରରେ ଵୃକ୍ଷ ରୋପଣ କରାଯାଇ ଥିଲା l ପ୍ରକୃତି ବନ୍ଧୁ ଓ କୃତି ପ୍ରତିଯୋଗୀ ମାନଙ୍କୁ ଗୋଟିଏ ଗୋଟିଏ ଫଳ ଗଛ ଚାରା ବଣ୍ଟନ ସହିତ ଅନ୍ୟାନ୍ୟ ଛାତ୍ର, ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗଛ ଚାରା ବଣ୍ଟନ କରାଯାଇହିଲା l

ମା ବୁଢ଼ୀ ଜାଗୁଳାଇ, ରସୁଣା ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାୟକ ଧନ୍ୟଦାଡ ଅର୍ପଣ କରିଥିଲେ l ଆଲୋଚନା ଚକ୍ରରେ ଗାୟତ୍ରୀ ନାୟକ, ବିଷ୍ଣୁ ଚରଣ ସାହୁ, ସୋମ୍ୟl ପ୍ରିୟ ଦର୍ଶିନୀ, ରାଜୀବ ଲୋଚନ ରାଉତ, ଟୁଟୁ ମିଶ୍ର ଓ ବିଭିନ୍ନ ବିଧ୍ୟାଳୟରୁ ଆସିଥିବା ଶିକ୍ଷକବ ଶିକ୍ଷସ୍ତ୍ରୀ ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ l ମୁଖ୍ୟ ପ୍ରଶିକ୍ଷକ ମହମଦ ସଫିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟର ଶିକ୍ଷଜ, ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି ପରିବେଶ ଦିବସ ପାଳନରେ ସାହ ଯୋଗ କରିଥିଲେ l
ପ୍ରକୃତି ବନ୍ଧୁ ପ୍ରଣତି ପ୍ରୀତି ନନ୍ଦା ବିଭିନ୍ନ ପ୍ରକାର ଚାରା ବଣ୍ଟନ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking