19.1 C
Bhubaneswar
Friday, February 13, 2026
Homeଓଡିଶାଜିଲ୍ଲା କଂଗ୍ରେସର ହର୍‌ତାଳ ଓ ଦାବିପତ୍ର

ଜିଲ୍ଲା କଂଗ୍ରେସର ହର୍‌ତାଳ ଓ ଦାବିପତ୍ର

ଜଗତ୍‌ସିଂହପୁର: ଗ୍ୟାରେଣ୍ଟି ମଜୁରୀ ନିଯୁକ୍ତି ପ୍ରଦାନ, ଗ୍ରାମୀଣ ଆୟ ସ୍ଥିର କରିବା ଏବଂ ଗ୍ରାମର ମୌଳିକ ଭିତିଭୂମି ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିବା ନେଇ ୨୦୦୫ ସସିହାରେ ମହାତ୍ମା ଗାନ୍ଧୀଙ୍କ ନାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣି୍ଟ ଆଇନ ତଥା ଏମ୍‌ଜିଏନ୍‌ଆରଇଜିଏ ତଥା ମନରେଗା ଯୋଜନା କରାଯାଇଥିଲା। ଏହି ଯୋଜନା ନିମନ୍ତେ କେନ୍ଦ୍ର ସରକାର ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଥିବା ସମୟରେ ରାଜ୍ୟ ସରକାର ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ କରୁଥିଳେ। ହେଲେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଏହି ଯୋଜନାର ନାମକୁ ପରିବର୍ତ୍ତନ କରିବା ସହିତ ଯୋଜନାର ଢାଞ୍ଚାକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ଯୋଜନାର ନାକୁ ବିକ୍‌ଶିତ୍ ଭାରତ-ଗ୍ୟାରେଣି୍ଟ ଫର ରୋଜଗାର ଏବଂ ଅଜଭିକା ମିଶନ(ଗ୍ରାମୀଣ) ତଥା (ଭିବି.ଜି.ରାମ ଜି ବିକଶିତ୍‌୍ ଭାରତ ଫର ରୋଜଗାର) କରାଯାଇ ଏଥିରେ କେନ୍ଦ୍ର ସରକାରଙ୍କ ଅନୁଦାନକୁ କମାଇ ୬୦ ପ୍ରତିଶତ କରାଯିବା ସହିତ ରାଜ୍ୟ ସରକାରଙ୍କ ଅନୁଦାନକୁ ବଢାଇ ୪୦ ପ୍ରତିଶତ କରାଯାଇ ରାଜ୍ୟମାନଙ୍କ ଉପରେ ଚାପ ପକା ଯାଇଥିବା କଂଗ୍ରେସ ଦାବି କରିଛି। ଏଥି ସହିତ ଏହି କେନ୍ଦ୍ର ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କିପରି ଜନ ସାଧାରଣ ସହଜରେ ଭୂଲିଯିବେ, ସେଥିନେଇ ସରକାର ଗାନ୍ଧିଙ୍କ ନାମରେ ଥିବା ଏହି ଯୋଜନା ସହିତ ଅନ୍ୟାନ୍ୟକୁ ରୁପାନ୍ତରିତ କରି ନିଜ ନାମରେ କରୁଥିବା ଦାବି କରି ଆଜି ସୋମବାର ପୂର୍ବାହ୍ନରେ ସ୍ଥାନୀୟ ସାନବଜାର ସ୍ଥିତ ବସ୍ ଷ୍ଟାଣ୍ଡଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦେଇ ହରତାଳ କରିବା ସହିତ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି ବିକ୍ଷୋଭ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟଙ୍କ ନେତୃତ୍ୱରେ ରାଜ୍ୟ ପିସିସି ଉପସଭାପତି ଡ. ଲଲାଟେନ୍ଦୁ ମହାପାତ୍ର, ରାଜ୍ୟ ପିସିସି ସାଧାରଣ ସମ୍ପାଦକ ତଥା ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ୟାସିର୍ ନୱାଜ ଓ ଅନ୍ୟମାନେ ଯୋଗଦେଇ ବିଜେପି ସରକାର ଜାତିର ପିତାଙ୍କ ନାମରେ ନାମିତ ଯୋଜନାର ନାମକୁ ହଟାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ ଏବଂ ଏକ ଆପତିଜନକ ଭୟଙ୍କର ଆଦର୍ଶଗତ ନିଷ୍ପତି ବୋଲି କହି କେନ୍ଦ୍ର ବିଜେପି ସରକାଙ୍କୁ ନିନ୍ଦା କରିଥିଲେ। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ମହାପାତ୍ର, ବଲ୍ଲଭାନନ୍ଦ ସ୍ୱାଇଁ, ପ୍ରଶାନ୍ତ ଦାସ, ସର୍ବେଶ୍ୱର ପଣ୍ଡା, ପ୍ରିୟବ୍ରତ ମିଶ୍ର, ଆର୍ତତ୍ରାଣ ପଣ୍ଡା, ନିହାର ରଞ୍ଜନ ଦାସ, ଜିତେନ୍ଦ୍ର ମହାନ୍ତି, ଧନଞ୍ଜୟ ସୂତାର, ଅଶ୍ୱିନୀ ସ୍ୱାଇଁ, ପ୍ରିତମ ପରିଜା, ବୃନ୍ଦାବନ ପ୍ରଧାନ, ଦିଲ୍ଲିପ କୁମାର ମାହାର, ରାକେଶ ମହାନ୍ତି, ଲକ୍ଷ୍ମୀଧର ମଲ୍ଲିକ, ଶୁଭ ନାରାୟଣ ନାୟକ, ମହମ୍ମଦ ଅବଦୁଲ ୱାହିଦ୍ ଇତ୍ୟାଦି ବହୁ କଂଗ୍ରେସ ନେତା ମାନେ ଏହି ଯୋଜନାର ନାମକରଣକୁ ନହଟାଇବା ପାଇଁ ସରକାରଙ୍କ ନିକଟରେ ଦାବି କରିବା ସହିତ ଆନ୍ଦୋଳନ କରିଥିଲେ। ଶେଷରେ ଏ ସମ୍ପର୍କରେ ଏକ ଦାବି ପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଜରିଆରେ ରାଜ୍ୟ ସରକାର ଓ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍‌ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking