25.1 C
Bhubaneswar
Saturday, March 21, 2026
Homeଓଡିଶାଆସନ୍ତାକାଲି ଜିଲ୍ଲାପାଳ ଅଫିସ ଘେରିବ କଂଗ୍ରେସ

ଆସନ୍ତାକାଲି ଜିଲ୍ଲାପାଳ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର: ମହିଳା ନିର୍ଯାତନା ପ୍ରସଙ୍ଗରେ ବିଧାନସଭାରେ ଓ ରାଜଧାନୀରେ ଶାସକ ଦଳକୁ ଘେରିବା ପରେ ଏବେ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବାକୁ ସଜ ହୋଇଛି କଂଗ୍ରେସ। ଯୋଜନା ଅନୁସାରେ ସବୁ ଜିଲ୍ଲାରେ ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।

ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ବିଧାନସଭାରେ ଦୁଇ ଦିନ କଂଗ୍ରେସ ହଙ୍ଗାମା କରିବା ପରେ ଶନିବାର ମହିଳା ଦିବସରେ କଳା ପଟି ବାନ୍ଧି ପ୍ରତିବାଦ କରିଥିଲା। ଏବେ ଆଉ ପାଦେ ଆଗକୁ ଯାଇ କାଲିଠାରୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବାକୁ ସଜବାଜ ହେଉଛି କଂଗ୍ରେସ। ଯୋଜନା ଅନୁସାରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ କଂଗ୍ରେସ କର୍ମୀ। ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢ଼ିଚାଲିଥିବା ବେଳେ ଏହାକୁ ବିରୋଧ କରିବା ସହ ମହିଳାଙ୍କ ପାଇଁ ନ୍ୟାୟ ମାଗିବାକୁ କଂଗ୍ରେସ ବିକ୍ଷୋଭ କରିବ। ଏନେଇ ପିସିସି ସଭାପତି କହିଛନ୍ତି, ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ। ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପିସିସି ସଭାପତି।

କଂଗ୍ରେସ ଅଭିଯୋଗ ଆଣି କହିଛି, ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ସମ୍ମାନ ଦେଉଛି ବୋଲି ଦାବି କରୁଥିବା ଦଳ ମହିଳା ନିର୍ଯାତନାକୁ ରୋକିବାରେ ବିଫଳ। ନାବାଳିକା ଗର୍ଭବତୀ ହେଉଛନ୍ତି। ପ୍ରତ୍ୟେକ ଦିନ ନାରୀ ନିର୍ଯାତନାର ଅଭିଯୋଗ ଆସୁଛି। ବିଗତ ୮ ମାସରେ ୧୬୦୦ ମହିଳା ନିର୍ଯାତିତା ହେଇଛନ୍ତି। ତେଣୁ ଏହା ବିରୋଧରେ କେବଳ ଜିଲ୍ଲା ମୁଖ୍ୟାଳୟ ନୁହେଁ, ବିଧାନସଭା ଭିତରେ ମଧ୍ୟ ଜୋରଦାର ପ୍ରତିବାଦ ହେବ ବୋଲି ଦଳ କହିଛି।ମହିଳାଙ୍କ ପ୍ରତି ନିର୍ଯାତନା ବଢୁଥିବା ଅଭିଯୋଗ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଘେରି ଆସିଛି କଂଗ୍ରେସ। ତେବେ ଜିଲ୍ଲାସ୍ତରରେ କଂଗ୍ରେସର ଏହି ଆନ୍ଦୋଳନ କେତେ ପ୍ରଭାବି ହେଉଛି ତାହା ଦେଖିବାର କଥା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking