ଭୁବନେଶ୍ୱର: ବନ୍ୟାଞ୍ଚଳରେ ଯଦି ଏବେ ପଢିବା ଭଳି ସ୍ଥିତି ନାହିଁ ତାହେଲେ ବନ୍ଦ ରହିପାରେ ସ୍କୁଲ । ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ସୂଚନା ଦେଇଛନ୍ତି । ତେବେ ସଂପୃକ୍ତ ଜିଲ୍ଲାପାଳ ବନ୍ୟା ସ୍ଥିତିର ତଦାରଖ କରୁଛନ୍ତି । ବନ୍ୟାଞ୍ଚଳରେ ପିଲାମାନେ କିଭଳି ପାଠ ପଢିବେ ଏବଂ କେମିତି ସୁବିଧା ହେଇପାରିବ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପିଲାମାନଙ୍କ ପାଇଁ ବର୍ତ୍ତମାନ ଯାଏଁ ସେମିତି କିଛି ଅସୁବିଧା ହୋଇନାହିଁ । ଯଦି କେଉଁଠି ପଢିବା ଭଳି ସ୍ଥିତି ନାହିଁ ସେସବୁ ଜାଗାରେ ସ୍କୁଲ ବନ୍ଦ ହୋଇପାରେ । ଏଭଳି ସ୍ଥିତିରେ ଅନ୍ୟ କୌଣସି ସ୍ଥାନରେ ସୁରକ୍ଷିତ ସ୍କୁଲ ଚାଲିପାରିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।










