18.1 C
Bhubaneswar
Thursday, February 5, 2026
Homeଓଡିଶାବନ୍ୟାଞ୍ଚଳ ପିଲାମାନେ କିଭଳି ପାଠ ପଢିବେ ଜିଲ୍ଲାପାଳ ନିଷ୍ପତ୍ତି ନେବେ: ମନ୍ତ୍ରୀ

ବନ୍ୟାଞ୍ଚଳ ପିଲାମାନେ କିଭଳି ପାଠ ପଢିବେ ଜିଲ୍ଲାପାଳ ନିଷ୍ପତ୍ତି ନେବେ: ମନ୍ତ୍ରୀ

ଭୁବନେଶ୍ୱର: ବନ୍ୟାଞ୍ଚଳରେ ଯଦି ଏବେ ପଢିବା ଭଳି ସ୍ଥିତି ନାହିଁ  ତାହେଲେ ବନ୍ଦ ରହିପାରେ ସ୍କୁଲ । ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ସୂଚନା ଦେଇଛନ୍ତି । ତେବେ ସଂପୃକ୍ତ ଜିଲ୍ଲାପାଳ ବନ୍ୟା  ସ୍ଥିତିର ତଦାରଖ କରୁଛନ୍ତି । ବନ୍ୟାଞ୍ଚଳରେ ପିଲାମାନେ କିଭଳି  ପାଠ ପଢିବେ ଏବଂ କେମିତି ସୁବିଧା ହେଇପାରିବ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।  ତେବେ ପିଲାମାନଙ୍କ ପାଇଁ ବର୍ତ୍ତମାନ ଯାଏଁ ସେମିତି କିଛି ଅସୁବିଧା ହୋଇନାହିଁ । ଯଦି କେଉଁଠି ପଢିବା ଭଳି ସ୍ଥିତି ନାହିଁ  ସେସବୁ ଜାଗାରେ ସ୍କୁଲ ବନ୍ଦ ହୋଇପାରେ । ଏଭଳି ସ୍ଥିତିରେ ଅନ୍ୟ କୌଣସି ସ୍ଥାନରେ ସୁରକ୍ଷିତ ସ୍କୁଲ ଚାଲିପାରିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି  ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking