18.1 C
Bhubaneswar
Monday, December 15, 2025
Homeଓଡିଶାଜିଲ୍ଲା ପ୍ରଶାସନ ପକ୍ଷରୁ ଖଣି ଅଧିକାରୀଙ୍କ ନାଁରେ ଏଫ୍‌ଆଇଆର୍‌

ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣି ଅଧିକାରୀଙ୍କ ନାଁରେ ଏଫ୍‌ଆଇଆର୍‌

ଜଗତ୍‌ସିଂହପୁର: ବାଲୁ ବଜ୍ର ଅଭିଯାନକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆକ୍ସନ ମୋଡ୍‌ରେ। ମହାନଦୀରୁ ବେଆଇନ ବାଲି ଉଠାଣକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଦୁଇ ବାଲିଘାଟ ନିଲାମଧାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ପାଖାପାଖି ୭୦ଟି ବାଲି ବୋଝେଇ ହାଇୱା ଓ ୩ଟି ଏକ୍ସାଭେଟର ମେସିନ ଜବତ କରାଯାଇ ସେମାନଙ୍କ ବିରୋଧରେ ମୋଟା ଅଙ୍କର ଫାଇନ କରାଯିବା ପରେ, ରବିବାର ରାତ୍ରରେ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଜଗତସିଂହପୁର ଥାନାରେ ଜିଲ୍ଲା ଖଣି ଅଧିକାରୀ ସତିଶ୍ କୁମାର ତରାଇଙ୍କ ବିରୋଧରେ ଏଫ୍‌ଆଇଆର୍ କରିଛନ୍ତି। ଏହି ଅଭିଯୋଗ ଜିଲ୍ଲାପାଳ ଜେ.ସୋନାଲଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଶ୍ରୀ ତରାଇ ଥାନାରେ ଜିଲ୍ଲା ଖଣି ଅଧିକାରୀ ସତିଶ ତରାଇଙ୍କ ବିରୋଧରେ କରିଛନ୍ତି। ପ୍ରକାଶ, ଉପଜିଲ୍ଲାପାଳ ଶ୍ରୀ ତରାଇଙ୍କ ଲିଖିତ ଅଭିଯୋଗ ମୁତାବକ ଜିଲ୍ଲା ଖଣି ଅଧିକାରୀ ସତିଶ ତରାଇ, ବିଭିନ୍ନ ଅସାମାଜିକ ବ୍ୟକ୍ତି ଓ ବେଆଇନ ବାଲି ଉଠାଣ ମାଫିଆଙ୍କ ସହିତ ସିଧା ସଳଖ ଜଡିତ ରହି ବିଭିନ୍ନ ମାଇନ୍ସ(ବାଲି) ସୈରାତ ତଥା କିଲିପାଳ ଓ ଜୟପୁର ଘାଟରୁ ବାଲି ଚୋରି ହେବା ଧରା ପଡିବା ପରେ ଏଫ୍‌ଆଇଆର୍ କରା ଯାଇଥିବା ଉଲ୍ଲେଖ କରିଛନ୍ତି। ଜିଲ୍ଲାପ୍ରଶାସନ ନିକଟରେ ବେଆଇନ ଭାବେ ବାଲି ଉଠାଣ ହେଉଥିବା ଅଭିଯୋଗ ହେବା ପରେ ଗତ ୨୫ ନଭେମ୍ବର ରାତ୍ରରେ ଜିଲ୍ଲାପାଳ ଜେ ସୋନାଲ, ଏସ୍‌ପି ଅଙ୍କିତ କୁମାର ବର୍ମା, ଏସ୍‌ଡିପିଓ ଆଜିଙ୍କ୍ୟା ବି ମାଣେ, ଉପଜିଲ୍ଲାପାଳ ଶ୍ରୀ ତରାଇଙ୍କ ସହିତ ଜିଲ୍ଲା ପ୍ରଶାସନସ୍ତରର ଏକ ଟିମ୍ ଓ ପୁଲିସ ଫୋର୍ସ ତିର୍ତ୍ତୋଲ ସହସିଲ ଅନ୍ତର୍ଗତ କିଲିପାଳ ବାଲି ଘାଟ ଉପରେ ଚଢାଉ କରିଥିଲେ।

ତେବେ ସେଠାରେ ନିଲାମ ହୋଇଥିବା ଘାଟ ଛାଡି ଘାଟ ବାହାର ସ୍ଥାନରୁ ବାଲି ଚୋରି କରି ସେଠାରେ ବୁହତ ଗର୍ତ କରି ଦେଇଥିବା ଦେଖିବା ସହିତ ଘଟଣା ସ୍ଥଳରୁ ୪୮ଟି ବାଲି ବୋଝେଇ ହାଇୱା ଓ ୨ଟି ବାଲିଖୋଳା ମେସିନ ଏକ୍ସାଭେଟର ଜବତ କରା ଯାଇଥିଲା। ଏହି ସହିତ ୫ଜଣ ହାଇୱା ଚାଳକଙ୍କୁ ଘଟଣା ସ୍ଥଳରେ ଗିରଫ କରା ଯାଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ଏହାର କିଛିଦିନ ପରେ ପୁନର୍ବାର ପ୍ରଶାସନ ପକ୍ଷରୁ ନିକଟସ୍ଥ ଜୟପୁର ବାଲି ସୈରାତ ଉପରେ ଚଢାଉ କରାଯିବା ସହିତ ସେଠାରୁ ୨୨ଟି ବାଲି ବୋଝେଇ ହାଇୱା ଓ ଏକ ଏକ୍ସାଭେଟର ମେସିନ ଜବତ କରିଥିଲେ। ତେବେ ଏହି ବେଆଇନ ବାଲି ଚୋରା ଚାଲଣକୁ ନେଇ ଜିଲ୍ଲା ଖଣି ଅଧିକାରୀ ଶ୍ରୀ ତରାଇ ଦୁଇ ଘାଟର ନିଲାନଧାରୀଙ୍କ ବିରୋଧରେ ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବା ସହିତ ମାମଲା ରୁଜୁ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ଦ୍ୱୟଙ୍କୁ ଗିରଫ କରିପାରି ନଥିବା ଜଣାଯାଇଛି। ତେବେ ଫେରାର ଅଭିଯୁକ୍ତ ଦ୍ୱୟ କେଉଁ ରାଜନେତାଙ୍କ ସରଣରେ ଥିବା ନେଇ ପୁଲିସ ସେମାନଙ୍କୁ ଧରିବା ଅସମ୍ଭବ ହୋଇଥିବା ଅଞ୍ଚଳରେ ଆଲୋଚନା ଜୋର୍‌ଧରିଛି।

ସେହିପରି ଜବତ ହୋଇଥିବା ୭୦ ବାଲି ବୋଝେଇ ହାଇୱା ଓ ୩ଟି ଏକ୍ସାଭେଟର ମେସିନ ଆଜି ପର୍ଯ୍ୟନ୍ତ ସେହିପରି କିଲିପାଳ ଘଟ ନିକଟରେ ଧାଡି ହୋଇ ଥୁଆ ହେବା ସହିତ ପୁଲିସ ସେଠାରେ ୨୪ଘଣି୍ଟଆ ପହରା ଦେଉ ଥିବା ଦେଖାଯାଇଛି। ତେବେ ଏତେ ପରିମାଣରେ ବାଲି କାହା ନିର୍ଦ୍ଦେଶରେ ଉଠୁଥିଲା ଓ ଏହା ପଛରେ କାହାର ହାତ ରହିଛି ତାହା ତଦନ୍ତ ସାପେକ୍ଷ। ଅପରପକ୍ଷରେ ସର୍ବାଧିକ ଚୋରା ବାଲି ପାରାଦୀପ ପାଲଣ ହେଉଥିବା ବୋଲି ଜଣାଯାଇଛି। ଯାହାଦ୍ୱାରା ଉକ୍ତ ଦୁଇ ଘାଟ ବନ୍ଦ ହୋଇଯିବା ନେଇ ପାରାଦୀପ ଉନ୍ନତି କରଣରେ ବାଧା ସୃଷ୍ଟି ହେଉଥିବା ଖବର ପ୍ରକାଶରୁ ଜଣା ଯାଇଛି। ତେବେ ଜଗତସିଂହପୁର ଥାନାରେ ଖଣି ଅଧିକାରୀଙ୍କ ନାମରେ ଅଭିଯୋଗ ହେବା ପରେ ଥାନା ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନଥିବା ଆଇଆଇସିଙ୍କ ନିରବତାରୁ ଜଣାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା ଖଣି ଅଧିକାରୀ ଶ୍ରୀ ତରାଇ ସୋମବାର ଦିନ ତମାମ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ସହିତ ତାଙ୍କ ସମ୍ପର୍କରେ କୌଣସି ସୁଚନା ନଥିବା ଅଫିସରେ ଥିବା ଜଣେ କର୍ମଚାରୀଙ୍କ ଠାରୁ ସୁଚନା ମିଳିବା ପରେ ଶ୍ରୀ ତରାଇଙ୍କ ମତାମତ ନେବା ଅସମ୍ଭବ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking