19.1 C
Bhubaneswar
Sunday, February 22, 2026
Homeଓଡିଶାନୀଳାଚଳ ଇସ୍ପାତ ନିଗମ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ପିଲାଙ୍କୁ ଚିତ୍ରାଙ୍କନ ସାମଗ୍ରୀ...

ନୀଳାଚଳ ଇସ୍ପାତ ନିଗମ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ପିଲାଙ୍କୁ ଚିତ୍ରାଙ୍କନ ସାମଗ୍ରୀ ବଣ୍ଟନ

ଯାଜପୁର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଟିମ୍ ଦ୍ୱାରା ଶାଳୀଜଙ୍ଗା ପଂଚାୟତ ବଜରପଲି ଗ୍ରାମର ଟିଏସ୍‌ଏଫ୍ ଆଦିବାସୀ ଭାଷା କେନ୍ଦ୍ରରେ ଶନିବାର ଏକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଦିବାସୀ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରିଥିଲା। ଏନ୍‌ଆଇଏନ୍‌ଏଲ୍ ର ସ୍ୱେଚ୍ଛାସେବୀମାନେ ଆଦିବାସୀ ଭାଷା କ୍ଲାସର ପିଲାମାନଙ୍କ ସହିତ ଓଲଚିକି ଏବଂ ବାରଙ୍ଗ ଚିଟି ଭାଷା ବିଷୟରେ ଆଲୋଚନା କରିଥିଲେ। ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ପିଲାମାନଙ୍କୁ ଚିତ୍ରାଙ୍କନ ଖାତା ଏବଂ ବିଭିନ୍ନ ରଙ୍ଗର ପ୍ରୋ ନେସିଲ ପ୍ରଦାନ କରି ସୌରା ଚିତ୍ରକଳା ତିଆରି କରିବାକୁ ଉତ୍ସାହିତ କରିଥିଲେ। ଏହାବ୍ୟତୀତ ପିଲାମାନଙ୍କୁ ନୋଟ୍ ବୁକ୍ ଓ ଜଳଖିଆ ଆଦି ପ୍ରଦାନ କରାଯାଇଥିଲା। ପିଲାମାନେ ବେଶ୍ ଉତ୍ସାହିତ ହୋଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking