ପୁରୀ: ପିପିଲିରେ ଶିକ୍ଷକ ବଦଳିକୁ ନେଇ ତେଜିଲା ଅସନ୍ତୋଷ । ଶିକ୍ଷକ ବଦଳି ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ଅଭିଯୋଗ ହେଉଥିବା ବେଳେ ଶିକ୍ଷକ ବଦଳି କ୍ଷମତା ବିଧାୟକ ଓ ସାଂସଦଙ୍କର ରହିଛି ବୋଲି ପିପିଲି ବ୍ଲକ ବିଇଓ କହିବାପରେ ଶିକ୍ଷକଙ୍କ ବଦଳି ପଛରେ ରାଜନୈତିକ ଚାପ ରହିଛି ବୋଲି ଅନୁମାନ କରାଯାଉଛି। ପିପିଲି ବ୍ଲକ ରେ ୧୫୪ ଜଣ ଶିକ୍ଷକ ଙ୍କ ବଦଳି ହୋଇଥିଲା ବେଳେ ୫ଜଣ ଶିକ୍ଷକ ବିଧାୟକଙ୍କ ସୁପାରିଶ ରେ ବଦଳି ହୋଇଥିବା ବିଇଓ ପୀତବାସ ସେଠୀ ସ୍ପଷ୍ଟ କରିଛନ୍ତି ।ଏପରିକି ବିଧାୟକ ଓ ସାଂସଦଙ୍କର ୧୫ ଜଣ ଲେଖାଏଁ ଶିକ୍ଷକ ବଦଳି କରିବା ର କ୍ଷମତା ରହିଛି । ବିଧାୟକ ନିଜ କୋଟା ରୁ ଶିକ୍ଷକଙ୍କୁ ବଦଳି କରି ପାରିବେ ବୋଲି ବିଇଓ କହିଛନ୍ତି । ସରକାରୀ ନିୟମ ଅନୁସାରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଆପତ୍ତି ଅଭିଯୋଗ ଥିଲେ । ଶିକ୍ଷକଙ୍କୁ ବଦଳି କରାଯିବାର ନିୟମ ରହିଛି, କିନ୍ତୁ ବିଧାୟକ ଙ୍କ ସୁପାରିଶ ରେ ଯେଉଁ ବଦଳି କରାଯାଇଛି ବଦଳି ହୋଇଥିବା ଶିକ୍ଷକ ଙ୍କ ବିରୁଦ୍ଧରେ ମୋ ନିକଟରେରେ କିଛି ଅଭିଯୋଗ ନାହିଁ ବୋଲି ବିଇଓ କହିଛନ୍ତି। ସୂଚନା ଥାଉକି ପିପିଲି ଆବଲପୁର ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକଙ୍କ ବଦଳିକୁ ନେଇ ଗ୍ରାମବାସୀ ଓ ଜନ ପ୍ରତିନିଧି ମାନେ ବିଇଓ କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେଇଥିଲେ। ଶିକ୍ଷକଙ୍କ ବଦଳି ପ୍ରତ୍ୟହାହାର ଦାବୀ କରି ବିଇଓ କାର୍ଯ୍ୟାଳୟରେ ଆଜି ପିପିଲି ବାଲି ଗାଁ ଆବଲପୁର ଗ୍ରାମବାସୀ ବିଇଓ କାର୍ଯ୍ୟାଳୟ ଘେରି ଥିଲେ ।ଶିକ୍ଷକ ବଦଳି ଆଦେଶକୁ ପ୍ରତ୍ୟାହାର କରାନଗଲେ ବିଦ୍ୟାଳୟରେ ତାଲା ମାରିବାର ଚେତାବନୀ ଦେଇଛନ୍ତି ଆବଲପୁର ଗ୍ରାମବାସୀ।










