24.1 C
Bhubaneswar
Friday, February 13, 2026
Homeଓଡିଶାରଥଟଣାବେଳେ ଅଘଟଣ ; ବିଦ୍ୟୁତ ତାର ଲାଗି ୬ ମୃତ

ରଥଟଣାବେଳେ ଅଘଟଣ ; ବିଦ୍ୟୁତ ତାର ଲାଗି ୬ ମୃତ

ବ୍ୟୁରୋ : ରଥଟଣାବେଳେ ଅଘଟଣ। ଇସ୍କନ୍ ପକ୍ଷରୁ ଆୟୋଜିତ ରଥଯାତ୍ରାବେଳେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ପ୍ରାୟ ୩୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପଡ଼ୋଶୀ ବାଂଲାଦେଶର ସେଉଜଗରି ଜିଲ୍ଲା ବୋଗ୍ରାରେ ଗତକାଲି ଏଭଳି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ପୁଲିସ ଲାଇନ ଶିବ ମନ୍ଦିରରେ ଥିବା ଗୁଣ୍ଡିଚା ଘରକୁ ରଥଟାଣି ଯାଉଥିଲେ ସମସ୍ତ ଶ୍ରଦ୍ଧାଳୁ। କିନ୍ତୁ, ଅଧବାଟରେ ରଥ ଉପରେ ଲାଗିଥିବା ଲୁହା ଗୁମୁଟ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ତା’ସହ ତାର ଛିଣ୍ଡି ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କିଛି ବ୍ୟକ୍ତି ଓ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ କିଛି ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା।ସେହି ସମୟରେ ଦୃଶ୍ୟ, ଯିଏ ଦେଖୁଛି ସମସ୍ତଙ୍କୁ ବିଚଳିତ କରୁଛି। ବର୍ତ୍ତମାନ ଏହି ଅଘଟଣରେ ୩୫ ଜଣଙ୍କ ଅବସ୍ଥା ଗୁରତର ଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ବାଂଲାଦେଶ ସରକାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking