ମାଲକାନଗିରି: ମାଲକାନଗିରି ସୀମାରେ ଥିବା ଛତିଶଗଡ଼ର କାଙ୍କେର-ନାରାୟଣପୁର ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ମୃତ୍ୟୁବରଣ କରିଥିବା ଜଣେ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ବୋଲି ପୁଲିସ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ସେହିପରି ଉତ୍ତର ବସ୍ତର-ମାଡ ଡିଭିଜନ ମାଓବାଦୀଙ୍କ ସହ ଗୁଳି ବିନିମୟ ଜାରି ରହିଛି। ବିଏସ୍ଏଫ୍, ଡିଆରଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଥିବା ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି।










