14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଇରାକ୍ ସଂସଦରେ ଆଗତ ପ୍ରସ୍ତାବକୁ ନେଇ ଚର୍ଚ୍ଚା; ଝିଅଙ୍କ ଆଇନଗତ ବିବାହ ବୟସ ୯କୁ ହ୍ରାସ...

ଇରାକ୍ ସଂସଦରେ ଆଗତ ପ୍ରସ୍ତାବକୁ ନେଇ ଚର୍ଚ୍ଚା; ଝିଅଙ୍କ ଆଇନଗତ ବିବାହ ବୟସ ୯କୁ ହ୍ରାସ କରିବାକୁ ପ୍ରସ୍ତାବ

ବାଗଦାଦ୍‌: ଇରାକ୍ ସଂସଦରେ ସେଠାକାର ଝିଅଙ୍କ ବିବାହ ବୟସକୁ ନେଇ ଏକ ବିଧେୟକ ବା ପ୍ରସ୍ତା ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ ଇରାକ୍ ସଂସଦରେ ଆଗତ ବିଧେୟକରେ ସେଠାକାର ଝିଅଙ୍କ ବିବାହ ବୟସ ୧୮ ବର୍ଷରୁ କମ୍ କରି ୯ବର୍ଷ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏପରିକି ପର୍ସନାଲ ଷ୍ଟାଟସ୍ ଲ’ ୧୯୫୯ର ନିୟମ ୧୮୮ରେ ପରିବର୍ତ୍ତନ ପାଇଁ ଆଲୋଚନା ହେଉଛି । ଏହାର ଅର୍ଥ ଯଦି ଇରାକ୍ ସଂସଦରେ ଏହି ବିଲ ପାରିତ ହୁଏ, ତେବେ ୯ ବର୍ଷର ଝିଅଙ୍କ ବିବାହକୁ ବୈଧ ଭାବେ ମଞ୍ଜୁରି ମିଳିଯିବ । ସୂଚନାଯୋଗ୍ୟ, ସମ୍ପ୍ରତି ଇରାକ୍‌ରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ରହିଛି । କିନ୍ତୁ ହଠାତ୍ କାହିଁକି ଇରାକ୍ ସରକାରଙ୍କ ପକ୍ଷରୁ ଏପ୍ରକାର ଏକ ଅଜବ ପ୍ରସ୍ତାବକୁ ଗୃହରେ ଉପସ୍ଥାପିତ କରାଯାଉଛି ସେନେଇ ଏବେ ବିତର୍କ ଆରମ୍ଭ ହୋଇଛି ।

ଇରାକ୍ ସରକାରଙ୍କ ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ଆଗତ ଏହି ବିଲ୍‌କୁ ଇରାକର ମହିଳା ଏବଂ ବହୁ ମାନବାଧିକାର ସଂଗଠନ ତୀବ୍ର ବିରୋଧ କରିଛନ୍ତି । ଏହାକୁ ନେଇ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପରି ହେଲେ ନାରୀ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ କୁପ୍ରଭାବ ପଡ଼ିବ । ଏହାଦ୍ୱାରା ଡ୍ରପଆଉଟ୍ ହାର ବୃଦ୍ଧି ପାଇବ, କମ୍ ବୟସରେ ଗର୍ଭଧାରଣ ଏବଂ ଘରୋଇ ହିଂସା ବଢିଯିବ ବୋଲି ସାମାଜିକ କର୍ମକର୍ତ୍ତାମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ମଧ୍ୟ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି । ଏଥିସହ ମହିଳାଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ ପାଇଁ ଦଶନ୍ଧି ଧରି ଯେଉଁ ପ୍ରଗତି ହୋଇଛି ତାହା କ୍ଷୁର୍ଣ୍ଣ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking