24.1 C
Bhubaneswar
Saturday, March 21, 2026
Homeଓଡିଶାପୀଡିତାଙ୍କ ପରିବାର ସହ ଆଲୋଚନା: ଜିଲ୍ଲାପାଳ

ପୀଡିତାଙ୍କ ପରିବାର ସହ ଆଲୋଚନା: ଜିଲ୍ଲାପାଳ

ବାଲେଶ୍ୱର: ଦୁର୍ଗାପୁର ମେଡିକାଲ୍ କଲେଜରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ପୀଡିତାଙ୍କ ପରିବାର ସହ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆଲୋଚନା କରିଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ପୋଲିସ ଓ ସମାଜ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଦୁର୍ଗାପୁର ପ୍ରଶାସନ ଓ ପୀଡିତାଙ୍କ ପରିବାର ସହ ଯୋଗାଯୋଗରେ ଅଛି ପ୍ରଶାସନ । ସୂଟନାଯୋଗ୍ୟ ଯେ ଗତକାଲି ପଶ୍ଚିମବଙ୍ଗର ଦୁର୍ଗାପୁର ମେଡିକାଲ କଲେଜର ଜଣେ ଓଡିଆ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ, ଛାତ୍ରୀ ଜଣକ ଶୁକ୍ରବାର ରାତିରେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଯାଇଥିଲେ। ସେ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଥିବା ଏକ ନିଛାଟିଆ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking