ବାଲେଶ୍ୱର: ଦୁର୍ଗାପୁର ମେଡିକାଲ୍ କଲେଜରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ପୀଡିତାଙ୍କ ପରିବାର ସହ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆଲୋଚନା କରିଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ପୋଲିସ ଓ ସମାଜ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଦୁର୍ଗାପୁର ପ୍ରଶାସନ ଓ ପୀଡିତାଙ୍କ ପରିବାର ସହ ଯୋଗାଯୋଗରେ ଅଛି ପ୍ରଶାସନ । ସୂଟନାଯୋଗ୍ୟ ଯେ ଗତକାଲି ପଶ୍ଚିମବଙ୍ଗର ଦୁର୍ଗାପୁର ମେଡିକାଲ କଲେଜର ଜଣେ ଓଡିଆ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ, ଛାତ୍ରୀ ଜଣକ ଶୁକ୍ରବାର ରାତିରେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଯାଇଥିଲେ। ସେ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଥିବା ଏକ ନିଛାଟିଆ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ।










