18.1 C
Bhubaneswar
Monday, January 12, 2026
Homeଓଡିଶାଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା

ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱ ବଳରେ ବର୍ତ୍ତମାନ ରାଜ୍ୟର ବିକାଶକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ନିୟମିତ ନିଯୁକ୍ତି ପ୍ରକ୍ରିୟା ଫଳରେ ବିଭାଗରେ ଦକ୍ଷ ଇଂଜିନିୟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ଉନ୍ନତ ମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଏବଂ ଏହାର ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣ ଜରୁରୀ । ଫଳରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ରାସ୍ତା ଓ କୋଠା ନିର୍ମାଣ ସମ୍ଭବ ହୋଇପାରିବ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଆଜି ଅପରାହରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ରାସ୍ତା, କୋଠାବାଡ଼ି ଆଦିରେ ବ୍ୟବହୃତ ଇଟା, ବାଲି, ଗୋଡ଼ି ସମେତ ବିଭିନ୍ନ ଇନ୍‌-ଡୋର ଓ ଆଉଟ୍‌-ଡୋର ସାମଗ୍ରୀ, ବିଲ୍‌ଡିଂ ସାମଗ୍ରୀ, ପ୍ରି-ଫାବିକ୍ରେଟେଡ୍‌ ନିର୍ମାଣ ସାମଗ୍ରୀ, ରାସ୍ତା ଓ କୋଠାବାଡ଼ିରେ ବ୍ୟବହୃତ ବିିଭିନ୍ନ ସାମଗ୍ରୀର ସଠିକ୍‌ ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା । ଗୁଣବତ୍ତାଯୁକ୍ତ ସାମଗ୍ରୀର ବ୍ୟବହାର ଏବଂ ଏହାର ସଠିକ ମୂଲ୍ୟ ନିର୍ଦ୍ଧାରଣ ଦ୍ୱାରା ଭିତ୍ତିଭୂମିର ସ୍ଥାୟିତ୍ୱ ବୃଦ୍ଧି ପାଇବା ସହିତ ନିର୍ମାଣଜନିତ ଖର୍ଚ୍ଚ କମ୍‌ ହୋଇପାରିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା ।

ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭିତ୍ତିଭୂମି ନିର୍ମାଣରେ ବ୍ୟହୃତ ସାମଗ୍ରୀର ମାନକୁ ଗୁରୁତ୍ୱ ଦେବା ସହ ଜାରି ରହିଥିବା ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଇଂଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୟଦେବ ବିହାର – ନନ୍ଦନକାନନ ରୋଡ୍‌ ଏବଂ ଫ୍ଲାଏ ଓଭର ଏବଂ ନୂଆ ଲୋକସେବା ଭବନ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୈଠକରେ ପରାମର୍ଶ ଦେଇଥିଲେ । ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍‌) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ସମୀର ହୋତା, ଇଆଇସି ରୋଡ୍ସ – ୧ ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ଯନ୍ତ୍ରୀ ବିଲଡିଂ -୧ ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟଯନ୍ତ୍ରୀ ଏନ.ଏଚ ଇଂ ନାରାୟଣ ପଟେଲ୍‌ଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking