25.1 C
Bhubaneswar
Monday, December 16, 2024
Homeଦେଶ ବିଦେଶପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗକୁ ନେଇ ସଂସଦରେ ଚର୍ଚ୍ଚା

ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗକୁ ନେଇ ସଂସଦରେ ଚର୍ଚ୍ଚା

ନୂଆଦିଲ୍ଲୀ: କେରଳର ୱାୟନାଡରୁ ଜିତି ପ୍ରଥମ ଥର ପାଇଁ ସଂସଦକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଏବେ ନିଜ ‘ପାଲେଷ୍ଟାଇନ୍’ ବ୍ୟାଗକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଆଜି ସେ ‘ପାଲେଷ୍ଟାଇନ୍’ ଶବ୍ଦ ଲେଖା ହୋଇଥିବା ଏକ ବ୍ୟାଗ୍ ଧରି ସଂସଦ ଭବନରେ ପହଞ୍ଚିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରିୟଙ୍କା କାନ୍ଧରେ ପକାଇଥିବା ଏହି ବ୍ୟାଗର ଉପରେ ଲେଖା ହୋଇଛି ‘ପାଲେଷ୍ଟାଇନ୍’ । ଏହି ସହିତ ବ୍ୟାଗ୍ ଉପରେ ଶାନ୍ତିର ପ୍ରତୀକ ଏକ ଧଳା କପୋତର ଚିତ୍ର ମଧ୍ୟ ଅଙ୍କା ହୋଇଛି । ସୂଚନା ମୁତାବକ , ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୌତମ ଆଦାନୀଙ୍କ ନାମରେ ସ୍ଲୋଗାନ୍ ଲେଖା ହୋଇଥିବା ଏକ ବ୍ୟାଗ୍ ଧରି ସଂସଦକୁ ଆସିଥିଲେ । ସେତେବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା ।ବର୍ତ୍ତମାନ ପ୍ରିୟଙ୍କାଙ୍କର ଏହି ‘ପାଲେଷ୍ଟାଇନ୍’ ବ୍ୟାଗକୁ ନେଇ ବି ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ବିଜେପି ନେତାମାନେ ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରିବା ସହ ସଂଖ୍ୟାଲଘୁ ତୁଷ୍ଟୀକରଣର ଅଭିଯୋଗ ଲଗାଇଛନ୍ତି । ଯଦିଓ ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧି ଗତ ଜୁଲାଇ ଏବଂ ଅକ୍ଟୋବରରେ ପାଲେଷ୍ଟାଇନ ସମର୍ଥନରେ ଟ୍ୱିଟ୍ କରିଥିଲେ । ସେ ସାଂସଦ ହେବା ପରେ ଭାରତରେ ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭେଟିଥିଲେ । ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ୱାୟନାଡ ନିର୍ବାଚନରେ ବିଜୟ ପାଇଁ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking