26.1 C
Bhubaneswar
Wednesday, February 11, 2026
Homeଓଡିଶାଗଞ୍ଜାମ ଜିଲ୍ଲା ବିଜେଡି ସଂଗଠନ ବିଷୟରେ ନବୀନ ନିବାସରେ ଆଲୋଚନା

ଗଞ୍ଜାମ ଜିଲ୍ଲା ବିଜେଡି ସଂଗଠନ ବିଷୟରେ ନବୀନ ନିବାସରେ ଆଲୋଚନା

 ଭୁବନେଶ୍ୱର : ଆଜି ନବୀନ ନିବାସ ରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ର ନେତା ମାନେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ରେ ଦଳର ସାଂଗଠନିକ ସ୍ଥିତି,ଚାଷୀ ସମସ୍ୟା,ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କ ରେ ଆଲୋଚନା କରିଥିଲେ। ଜିଲ୍ଲା ରେ ଦଳର ସାଂଗଠନିକ କାର୍ଯ୍ୟ କୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ନବ ଘୋଷିତ ପୌର ପରିଷଦ ମଧ୍ୟ ରୁ ଗଞ୍ଜାମ ଜିଲ୍ଲା ରେ ସାତ ଗୋଟି ULB ରେ ପ୍ରଥମ କରି ନିର୍ବାଚନ ହେବ।ତା ସହିତ ପଞ୍ଚାୟତ ନିର୍ବାଚନ ମଧ୍ୟ ପାଖେଇଆସିଲାଣି।ତେଣୁ ଏବେଠୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବା ଉପରେ ସଭାପତି ଗୁରୁତ୍ୱ ଆରୋପ କରିଥିଲେ। ନିକଟରେ ରେ ମଣ୍ଡି ମାନଙ୍କ ରେ ଚାଷୀ ମାନଙ୍କ ହଇରାଣ ବିଷୟରେ ବିରୋଧୀ ଦଳ ନେତା ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଗଞ୍ଜାମ ର ନେତା ମାନେ ଶ୍ରୀ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଏ ପତ୍ରରେ ଶ୍ରୀ ପଟ୍ଟନାୟକ ଦେଇଥିବା ପ୍ରସ୍ତାବ ପ୍ରତି ଗଞ୍ଜାମ ଜିଲ୍ଲା ର ଚାଷୀ ମାନଙ୍କ ଦୃଢ଼ ସମର୍ଥନ ରହିଛି ବୋଲି ସେମାନେ ଜଣାଇଥିଲେ। ଏହି ବୈଠକ ରେ ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ଦ୍ବୟ ଶ୍ରୀ ପୂର୍ଣଚନ୍ଦ୍ର ସ୍ୱାଇଁ ଓ ଶ୍ରୀ ଭଗବାନ ପ୍ରତିହାରୀ ,ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଭୃଗୁ ବକ୍ସିପାତ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଶ୍ରୀକାନ୍ତ ସାହୁ ଓ ରଂଜିତା ସାହୁ ଙ୍କ ସମେତ ଗଞ୍ଜାମ ଜିଲ୍ଲା ର ୧୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ନେତା ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking