ଭୁବନେଶ୍ୱର: ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ । ଆନ୍ଦୋଳନ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା । ନୂଆ ସରକାର ଆସିବାର ମାତ୍ର ୬ ମାସ ହୋଇଛି । ପ୍ରଥମେ ସରକାରଙ୍କ ସହ ଆଲୋଚନା କରନ୍ତୁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଆଲୋଚନା ପରେ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଆସନ୍ତୁ । ସେହିପରି ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ । ସଂଘ ପକ୍ଷରୁ ହୋଇଥିବା ବିଭିନ୍ନ ଦାବି ପୂରଣ ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି ଅଙ୍ଗନବାଡି କର୍ମୀ । ସୂଚନା ମୁତାବକ , ବିଭିନ୍ନ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ । ଯେପରି ମାସିକ ଦରମା ୧୦ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିବା, ପିଲାଙ୍କୁ ମିଳୁଥିବା ଖାଦ୍ୟର ଟଙ୍କା ବଢାଇବା, ପେନ୍ସନ ଲାଗୁ ସହ ଅବସର ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବା ପରି ଅନେକ ଦାବି ରହିଛି । ଏହି ସମସ୍ତ ଦାବି ନେଇ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଉ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି ।