ଭୁବନେଶ୍ୱର: ବର୍ତ୍ତମାନ ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ଓ ପୂର୍ବରୁ କାର୍ଯ୍ୟ କରିଥିବା ୧୧୭ଜଣ ବିଡିଓଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ରହିଛି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ କହିଛନ୍ତି ଯେ ୧୧୭ଜଣ ବିଡିଓଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି ଏବଂ ୨୦୧୪ରୁ ୨୦୨୪ ମଧ୍ୟରେ ୩୪ ଜଣ ବିଡିଓଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି । ଏଥି ସହିତ ବ୍ଲକଗୁଡିକରେ ଅର୍ଥ ହେରଫେର ରୋକିବାପାଇଁ ସରକାର ଉଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।