20.1 C
Bhubaneswar
Tuesday, December 31, 2024
Homeଓଡିଶାଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

କୋରାପୁଟ: ବୈପାରୀଗୁଡ଼ା ଘାଟିରେ ବସ ଓଲଟି ୪ ଜଣଙ୍କ ମୃତ୍ୟୁ ଘଟଣା । ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା । ଆହତଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ତା ପାଇଁ ନିର୍ଦ୍ଦେଶ । ସୂଚନା ଅନୁଯାଇ, କୋରାପୁଟ ଜିଲା ବୈପାରୀଗୁଡ଼ାର ଗୁପ୍ତେଶ୍ଵର ପୀଠ ନିକଟ ଡକରିଘାଟିରେ ବସ ଓଲଟି ୪ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ଚିକିତ୍ସା ପାଇଁ ବୈପାରୀଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଏବଂ ଆହତମାନେ କଟକ ଜିଲା ନିଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ନିଆଳି ଅଞ୍ଚଳରୁ କିଛି ଲୋକ ବସ ଯୋଗେ ବୈପାରୀଗୁଡ଼ାର ପସିଦ୍ଧ ଗୁପ୍ତେଶ୍ଵର ପୀଠ ଦର୍ଶନ ଲାଗି ଯାଇଥିଲେ। ଡକରିଘାଟିରେ ବସଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ବସରୁ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking