ଭୁବନେଶ୍ୱର: ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚାକୁ କଡା କାଉଣ୍ଟର କଲେ ଅରୁଣ ସାହୁ । ସେ କହିଛନ୍ତି ଯେ ଉତ୍ତରାଧିକାରୀ ବ୍ୟବସ୍ଥା ସାମନ୍ତବାଦୀ ଚିନ୍ତାଧାରା, ମୁଁ ସହମତ ନୁହେଁ । କିଏ କେତେ ଯୋଗ୍ୟ ଦନସାଧାରଣଙ୍କ ଆଶୀର୍ବାଦ ଉପରେ ନିର୍ଭର କରିବ । କଳିକେଶଙ୍କୁ ନେଇ ଦିବ୍ୟଶଙ୍କର ମିଶ୍ରଙ୍କ ବୟାନ ଉପରେ ରଖିଲେ ମତ । ଜଣେ ଜଣଙ୍କର ନିର୍ବାଚନ ମଣ୍ଡଳୀକୁ ଯିବା ଅବସରରେ କଣ କହିଛନ୍ତି । ସେ କଥାକୁ ନେଇ ଅଧିକ ଚର୍ଚ୍ଚା ହେବା କଥା ନୁହେଁ, ନବୀନ ନେତୃତ୍ୱ ନେଉଛନ୍ତି । ଉତ୍ତରାଧିକାରୀ ଆବଶ୍ୟକ ଅଛି କି ନାହିଁ ଦଳ ଆଉ ସୁପ୍ରିମୋ ନିଷ୍ପତ୍ତି କରିବେ । କଳିକେଶଙ୍କୁ ବିଜେଡି ରାଜ୍ୟ ନେତୃତ୍ୱ ମିଳୁ କହିଥିଲେ ଦିବ୍ୟଶଙ୍କର ମିଶ୍ର ।










