ଉତ୍ତର ପ୍ରଦେଶ: ଉତ୍ତର ପ୍ରଦଶେର ରାମପୁରରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ନାବାଳିକାକୁ ନିର୍ମମ ଭାବରେ ବଳାତ୍କାର କରାଯାଇଛି । ପୀଡିତା ଜଣକ କଥା କହିବା ଏବଂ ଶୁଣିବା ପାଇଁ ମଧ୍ୟ ଅକ୍ଷମ । ଝିଅଟି ଘରୁ ବାହାରିବା ମାତ୍ରେ ଅଭିଯୁକ୍ତ ତାକୁ ପ୍ରଲୋଭିତ କରି ନେଇ ଏହି ଅପରାଧ ଘଟାଇଥିଲେ । ଏହି ମାମଲାରେ, ପୀଡିତାଙ୍କ ପରିବାର ପୋଲିସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ଏହି ଘୃଣ୍ୟ ଘଟଣାଟି ରାମପୁର ଜିଲ୍ଲାର ସୌଫନି ଥାନା ଅଞ୍ଚଳର । କୁହାଯାଉଛି ଯେ ଝିଅଟି ବିଳମ୍ବିତ ସନ୍ଧ୍ୟାରେ ଘରୁ ବାହାରି ଯାଇଥିଲା, ତା’ ପରେ ଆଉ ଫେରିନଥିଲା । ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ କିନ୍ତୁ କୌଣସି ସ୍ଥାନରେ ପାଇନଥିଲେ । ରାତିସାରା ଖୋଜିବା ପରେ, ତା’ପର ଦିନ ସକାଳେ ଝିଅଟି ଏକ ବିଛଳିତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା । ପରିବାର ଲୋକ ତାଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ, ବର୍ତ୍ତମାନ ଝିଅଟି ଚିକିତ୍ସାଧିନ ଅବସ୍ଥାରେ ଅଛି ।
ପୀଡିତାଙ୍କ ମାଆ ତାଙ୍କ ନାବାଳିକ ଝିଅକୁ ବଳାତ୍କାର କରିଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ । ଝିଅଟି କଥା କହିବା ଏବଂ ଶୁଣିବା ପାଇଁ ଅକ୍ଷମ । ପୋଲିସ ଘଟଣାର ତଦନ୍ତ କରିବା ସମୟରେ ସିସିଟିଭିରେ ଦାନ ସିଂହ ନାମକ ଜଣେ ଯୁବକ ଝିଅଟିକୁ ନିଜ ସହିତ ନେଉଥିବାର ଦେଖାଗଲା । ଏସପି ବିଦ୍ୟାସାଗର ମିଶ୍ରଙ୍କ ମିର୍ଦ୍ଦେଶରେ, ତିନୋଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଯାହା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ କରିଥିବା ଅପରାଧ ସ୍ୱୀକାର କରିଛି ।