19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାମପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ମୁକ ଏବଂ ବଧିର ନାବାଳିକା (ଦିବ୍ୟାଙ୍ଗ)ଙ୍କୁ ଦୁଷ୍କର୍ମ କରାଯାଇଥିବା ଭଳି ଅତ୍ୟନ୍ତ ଅମାନବୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି। ଅଭିଯୁକ୍ତମାନେ ନାବାଳିକାଙ୍କୁ କେବଳ ଦୁଷ୍କର୍ମ କରିଛନ୍ତି ତାହାନୁହେଁ ବରଂ ଅତ୍ୟନ୍ତ ସ୍ପର୍ଶକାତର ଭାବେ ନିର୍ଯାତନା ମଧ୍ୟ ଦେଇଛନ୍ତି। ପୀଡ଼ିତାଙ୍କ ଶରୀରରେ ଏକାଧିକ ଆଘାତର ଚିହ୍ନ ମିଳିଛି, ଯେଉଁଥିରେ ସିଗାରେଟ୍ ଜଳା ଦାଗ ଏବଂ କାମୁଡ଼ିବାର ଚିହ୍ନ ମଧ୍ୟ ରହିଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଏକ ଜମିରୁ ଉଦ୍ଧାର କରାଯାଇ ମେରଠ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ସମ୍ପୃକ୍ତ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରାରୁ ଫୁଟେଜ ସ୍କାନ୍ କରି ଦାନ ସିଂ (୨୪), ନାମକ ଉକ୍ତ ଅଞ୍ଚଳର ଜଣେ ସ୍ଥାୟୀ ବାସିନ୍ଦାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦାନ ସିଂହକୁ ଧରିବା ସମୟରେ ସେ ପୋଲିସ ଉପରକୁ ଗୁଳିମାଡ କରିଥିବା ବେଳେ ପୋଲିସ୍ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ଏଥିରେ ଦାନ ସିଂହ ଗୁରୁତର ହୋଇପଡିଥିଲା। ତେବେ ତା’ ବିରୋଧରେ ପୋକ୍‌ସୋ ଆଇନ୍ ଅନ୍ତର୍ଗତ ମାମଲା ରୁଜୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking