ଭୁବନେଶ୍ୱର: ଭୁବନେଶ୍ୱରରୁ ୟୁଏଇକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ଭୁବନେଶ୍ୱର ଏୟାରପୋର୍ଟରୁ ଉଡାଣ ଭରିଛି ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧିବାକୁ ସିଧା ଉଡାଣ ଭରିଛି ବିମାନ । ବିମାନ ସେବା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମଙ୍ଗଳବାର, ଗୁରୁବାର ଓ ଶନିବାର ୩ ଦିନ ବିମାନ ସେବା ରହିବ । ଓଡିଶାର ବିଭିନ୍ନ ଉତ୍ପାଦ ମଧ୍ୟ ବାହାର ଦେଶକୁ ଯାଇପାରିବ । ଶିଳ୍ପାୟନ କ୍ଷେତ୍ରରେ ଜିଡିପି କ୍ଷେତ୍ରରେ ଓଡିଶା ଶିଖର ଛୁଇଁବ ସେ ଦିଗରେ ମଧ୍ୟ ରାଜ୍ୟ ସରକାର କାମ କରୁଛନ୍ତି । ଆଜିଠୁ ଦ୍ୱିତାୟ ବର୍ଷ ଆରମ୍ଭ ହୋଇଛି ଏହି ଅବସରରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆବୁଧାବିକୁ ସେବା ଆରମ୍ଭ ହୋଇଛି ।