16.1 C
Bhubaneswar
Saturday, December 27, 2025
Homeଓଡିଶାଦିନକର କୁନିଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କଲେ ମା’!

ଦିନକର କୁନିଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କଲେ ମା’!

ପାରାଦୀପ: ପାରାଦୀପର ଜଣେ ମା’ ଦିନକର ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିବ?ା ଘଟଣା ଏବେ ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ଏବେ ଖୋଳତାଡ଼ ଚାଲିଛି । ଦଲାଲଙ୍କ କବଜାରେ ଫସି କୋଳର ଶିଶୁପୁତ୍ରକୁ ଭାଇଜାଗରେ ଜନୈକ ଆଦିବାସୀ ମହିଳା ବିକ୍ରି କରିଥିବା କୁହାଯାଉଛି । ଏନେଇ ପ୍ରଶାସନ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଶିଶୁ ମଙ୍ଗଳ ଅଧିକାରୀଙ୍କ ଏକ ଟିମ୍ ଏହି ମାମଲାର ତଦନ୍ତ କରୁଛି । ସୂଚନା ଅନୁସାରେ ,ଗତ ରବିବାର ମାମିନା ସର୍ଦ୍ଦାର ନାମ୍ନୀ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଏବଂ ସୋମବାର ଉକ୍ତ ଶିଶୁପୁତ୍ରକୁ ଆନ୍ଧ୍ର ଭାଇଜାଗର ଜଣେ ତେଲୁଗୁ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ନୂଆବଜାରର ଜଣେ ଦଲାଲଙ୍କ ପ୍ରରୋଚନାରେ ଲକ୍ଷେ ଟଙ୍କାରେ ଛୁଆ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି । ମାମିନା ପ୍ରଥମେ ଷଣ୍ଢକୁଦ ବସ୍ତିରେ ରହୁଥିଲେ । ନିଜର ଗର୍ଭ ନଷ୍ଟ କରିବାକୁ ଚାହିଁବାରୁ ମାଙ୍ଗା ନାମ୍ନୀ ଜଣେ ତେଲୁଗୁ ମହିଳା ତାଙ୍କୁ ବାରଣ କରିବା ସହିତ ମାମିନାର ଦେଖାଶୁଣା କରୁଥିଲେ ଓ ଚିକିତ୍ସା କରାଉଥିଲେ । ପିଲା ଜନ୍ମ ହେଲେ ସେ ପିଲାକୁ ରଖିବେ ମାମିନାଙ୍କୁ ଭରସା ଦେଇଥିଲେ ।

ମାମିନାକୁ ତାଙ୍କ ଝିଅର ଭବିଷ୍ୟତ ପାଇଁ ୩୦ ହଜାର ଟଙ୍କା ଦେବେ ବୋଲି ମଧ୍ୟ ସେ କହିଥିଲେ । ଶୁକ୍ରବାର ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ମାମିନା ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ । ରବିବାର ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଆଉ ସୋମବାର ଜଣେ ଦଲାଲ ମାଧ୍ୟମରେ ନିଜ କୋଳର ଛୁଆକୁ ଭାଇଜାଗ ପଠାଇ ଦେଇଥିଲେ । ଏ କଥା ଜାଣିବା ପରେ ତେଲୁଗୁ ମହିଳା ମାଙ୍ଗା ସ୍ଥାନୀୟ ପାରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ମାମିନା ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ । ପୂରା ଘଟଣା ଲୋକଲୋଚନକୁ ଆସିବା ପରେ ମାମିନା ଏବଂ ଦଲାଲ ଏବେ ଫେରାର ଅଛନ୍ତି । ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ତେବେ ଖୁବ୍‌ଶୀଘ୍ର ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍ କହିଛି । ଅନ୍ୟପଟେ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking