27.1 C
Bhubaneswar
Sunday, July 7, 2024
Homeଓଡିଶାସମସ୍ୟା ଘେରୋରେ ଡିମିଆଁ ପ୍ରାଥମିକ ବିଦ୍ୟାଳୟ

ସମସ୍ୟା ଘେରୋରେ ଡିମିଆଁ ପ୍ରାଥମିକ ବିଦ୍ୟାଳୟ

ମୟୂରଭଞ୍ଜ : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରି ‘ସମସ୍ତେ ପଢ଼ନ୍ତୁ, ସମସ୍ତେ ବଢନ୍ତୁ’ ଶ୍ଲୋଗାନ ଦେଉଛନ୍ତି। ଅନ୍ୟପଟେ ‘ମାଆ ହେଲେ ପାଠଇ ଦେଶ ଯିବ ଆଗେଇ’ର ଆହ୍ଵାନକୁ ପ୍ରାଥମିକତା ଦେଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ପ୍ରଦାନ କରି ରାଜକୋଷରୁ ବିପୁଳ ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି। ଏପରିକି ମାଗଣା ପୋଷାକ,ଜୋତା,ବହି ସାଙ୍ଗକୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି। ମାତ୍ର ଗାଁ ଗହଳିର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିରେ ଆଖିଦୃଶିଆ ବିକାଶ ହୋଇନଥିବା ଦେଖିବାକୁ ମିଳିଛି। ଯୋଉଥିପାଇଁ ଗାଁଉଲି ପିଲାମାନେ ମୁହଁ ମୋଡ଼ି ଦେଉଥିବା ବେଳେ ଅଭିଭାବକମାନେ ମଧ୍ୟ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାଡ଼ିବାକୁ ଅମଙ୍ଗ ହେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବାଘଡ଼ା ପଞ୍ଚାୟତ ଅନ୍ତର୍ଗତ ଡିମିଆଁ ପ୍ରାଥମିକ ବିଦ୍ୟାଳୟ ଏବେ ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛି। ଏହି ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଦୁଇଜଣ ଶିକ୍ଷୟିତ୍ରୀ ଅଛନ୍ତି। ମାତ୍ର ବିଦ୍ୟାଳୟଟି ଏବେ ନାହିଁନଥିବା ସମସ୍ୟାରେ ରହିଥିବାରୁ ଦିନକୁଦିନ ଉପସ୍ଥାନ ହ୍ରାସ ପାଇବାରେ ଲାଗିଛି। ଏହି ବିଦ୍ୟାଳୟର ଗୋଟେପାଖ ପାଚେରୀ ରହିଥିବା ବେଳେ ତିନିପାଖ ମେଲା ପଡ଼ିଛି। ସେହିପରି ଛାତ୍ରଛତ୍ରୀମାନଙ୍କ ପାଇଁ ଥିବା ଶୌଚାଳୟ ଭଙ୍ଗାଦଦରା ଅବସ୍ଥାରେ ଥିବା କାରଣରୁ ବ୍ୟବହାର ଅନୁପଯୋଗୀ ହୋଇ ରହିଛି। ପିଇବା ପାଣି ସମସ୍ୟା ନ କହିବା ଭଲ । ତେବେ ବିଦ୍ୟାଳୟ ପରିସରରେ ରହିଛି ଗୋଟେ କୂଅ। କିନ୍ତୁ କୂଅ ମୁହଁରେ ଜାଲି ଲଗାନଯାଇ ଖୋଲା ରହିଥିବାରୁ କୋମଳମତି ପିଲାମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି। ଯୋଉଥିପାଇଁ ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟକୁ ପିଲା ଛାଡ଼ିବାକୁ ଅମଙ୍ଗ ହେଉଥିବାର ଅଭିଯୋଗ କରି କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀ ଜବାମଣି ଟୁଡୁ। ତେବେ ଏଠାରେ ସବୁଠାରୁ ବଡ଼କଥା ବିଦ୍ୟାଳୟରେ ଲାଗିରଥିବା ସମସ୍ୟାର ସମାଧାନ ନ କଲେ ପାଠ ପଢିବା ପାଇଁ ନ ଆସି ନିରକ୍ଷର ହେବାର ସମ୍ଭାବନା ଅଧିକ। ଏଭଳି ସ୍ଥିତିରେ ଶିକ୍ଷାବିଭାଗ ପକ୍ଷରୁ ଏହି ବିଦ୍ୟାଳୟର ରହିଥିବା ସମସ୍ୟାର ସମାଧାନ ଦିଗରେ ଆଗକୁ କି ପଦକ୍ଷେପ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking