16.1 C
Bhubaneswar
Thursday, February 5, 2026
Homeଓଡିଶାଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଭୁବନେଶ୍ଵର: ରାଜ୍ୟରେ ରାଜ୍ୟସଭା ନିର୍ବାଚନକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିବାବେଳେ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି ଦିଲ୍ଲୀପ ରାୟ । ଆଉ ତାଙ୍କର ଏହି ଭେଟଘାଟ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିଛି । କୁହାଯାଉଛି ଦୁଇ ନେତାଙ୍କ ଭିତରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି । ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ବି ହେଇଛି । ତେବେ ଏହି ଭେଟଘାଟକୁ ସୌଜନ୍ୟମୂଳକର ନାଁ ଦିଆଯାଇଥିଲେ ବି, ଏହି ମିଟିଂରେ ରାଜ୍ୟସଭା ନିର୍ବାଚନ ସଂକ୍ରାନ୍ତରେ ଦୁଇ ନେତାଙ୍କ ଭିତରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି ।ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ । ଚାରି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ୍‌ ୨ ତାରିଖରେ ଶେଷ ହେଉଛି। ତାହା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେଡିର ୪୮, କଂଗ୍ରେସର ୧୪ ଓ ସିପିଆଇ(ଏମ୍‌)ର ଜଣେ ବିଧାୟକ ଅଛନ୍ତି। ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking