ଭୁବନେଶ୍ୱର: ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି । ରାଜ୍ୟସଭା ପାଇଁ ଦିଲ୍ଲୀପ ରାୟ ଆଜି ନାମଙ୍କ ଭର୍ତ୍ତି କରିଛନ୍ତି । ତାଙ୍କ ସହ ନାମାଙ୍କନ ଭରିଲେ ମନମୋହନ ସାମଲ । ସେପରି ବିଜେପିର ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି । କିଛି ସମୟ ପୂର୍ବରୁ ବିଜେଡିରୁ ତୃତୀୟ ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ଏବଂ କମନ କ୍ୟାଣ୍ଡିଡେଟ ଭାବେ ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କ ଦାଖଲ କରିସାରିଛନ୍ତି ।










