ଭୁବନେଶ୍ୱର: ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ । ବାସଭବନକୁ ଯାଇ ଭେଟି ଆଲୋଚନା କଲେ । ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଲେ । ୩ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା କହିଲେ ବିଜୟ । ନବୀନ ବାବୁଙ୍କ ପ୍ରତି ଅସନ୍ତୋଷ ବଢୁଛି ବୁଝିପାରୁ ନାହାନ୍ତି । ନବୀନ ବାବୁ ଆତ୍ମ ସମୀକ୍ଷା କରିବା ପାଇଁ ସମୟ ଆସିଛି । ବରିଷ୍ଠ ନେତା ରବି ପାଣି ମଧ୍ୟ ଦୁଇ ନେତାଙ୍କୁ ଭେଟିଲେ । ବିଜୁ ବାବୁଙ୍କ ଆତ୍ମା ଶାନ୍ତି ପାଇବ କହିଲେ ରବି ପାଣି । ରାଜ୍ୟସଭା ନିର୍ବାଚନର ୫ଟାରେ ଗଣତି ହେବ । ଆଉ କିଛି ସମୟ ପରେ ଫଳାଫଳ ପ୍ରକାଶ ପାଇବ ।










