ଭୁବନେଶ୍ୱର : ଭୁବନେଶ୍ୱରରେ ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ଡିଜିଟାଲ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ତାମିଲନାଡୁ ଓ କେରଳରୁ ୨ ଅଭିଯୁକ୍ତଙ୍କୁ ଧରିଲା ସିଆଇଡି କ୍ରାଇମବ୍ରାଞ୍ଚ । ଚେନ୍ନାଇରୁ ସତିଶ କୁମାର କେ, କୋଝିକୋଡରୁ ହରିଶ ସିଏମ ଗିରଫ ହୋଇଛନ୍ତି । ୧.୦୬ କୋଟି ଟଙ୍କା ଠକେଇ ମାମଲାରେ ଉଭୟେ ଗିରଫ ହୋଇଛନ୍ତି । ସତିଶଙ୍କ ଆକାଉଣ୍ଟଙ୍କୁ ୬୮ ଲକ୍ଷ , ହରିଶଙ୍କ ଆକାଉଣ୍ଟଙ୍କୁ ୩୦ ଲକ୍ଷ ଟ୍ରାନ୍ସଫର କରିଛନ୍ତି ।