ନୂଆଦିଲ୍ଲୀ: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଗଜପତି ମହାରାଜାଙ୍କ ଚିଠି । ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଏନେଇ ଚିଠି ଲେଖିଲେ ଗଜପତି । ଦୀଘା ମନ୍ଦିର ଟ୍ରଷ୍ଟିରେ ଇସ୍କନ ପ୍ରତିନିଧି ରହୁଥିବାରୁ ପ୍ରଶ୍ନ ଉଠାଇଲେ । ଏଥିସହ ନୂଆ ମନ୍ଦିରରେ ସେବା ପୂଜା କରୁଥିବା କଥା ବି ଲେଖିଲେ । ଗୋବର୍ଦ୍ଧନ ପୀଠ ଓ ଜୋତିର୍ମଠ ଶଙ୍କରାଚାଯ୍ୟ ସ୍ପଷ୍ଟ କରି ସାରିଛନ୍ତି । ପୁରୀ ହେଉଛି ଜଗନ୍ନାଥ ଧାମ, ଅନ୍ୟ କୌଣସି ସ୍ଥାନ ଜଗନ୍ନାଥ ଧାମ ନୁହେଁ । ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଶାସ୍ତ୍ରମୋଦିତ ତଥ୍ୟ ଦେଇ ସାରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି । ଏପରି ପରିସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିର ଟ୍ରଷ୍ଟରେ ଇସ୍କନ ପ୍ରତିନିଧି ଅଛନ୍ତି । ତେଣୁ ଆପଣଙ୍କ ପ୍ରତିନିଧିଙ୍କୁ ଧାମ ଶବ୍ଦ ବ୍ୟବହାର ନକରିବାକୁ ବୁଝାନ୍ତୁ ।