21.1 C
Bhubaneswar
Friday, February 6, 2026
Homeଓଡିଶାଦୀଘା ଦିଅଁ ବିବାଦ: ଆକ୍ସନ୍ ମୋଡ୍‌ରେ ପ୍ରଶାସନ; ସବୁ ନିଯୋଗକୁ ନୋଟିସ୍ ଜାରି

ଦୀଘା ଦିଅଁ ବିବାଦ: ଆକ୍ସନ୍ ମୋଡ୍‌ରେ ପ୍ରଶାସନ; ସବୁ ନିଯୋଗକୁ ନୋଟିସ୍ ଜାରି

ପୁରୀ: ପଶ୍ଚିମବଙ୍ଗର ଦୀଘାଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଜୋର୍ ଧରିଥିବା ବେଳେ ଗତକାଲି ଆଇନ ମନ୍ତ୍ରୀ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଥିଲେ। ଏ ନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନି ଗୋଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ଏହି ବିବାଦ ସମ୍ପର୍କରେ ମତାମତ ଦେବା ପାଇଁ ସମସ୍ତ ନିଯୋଗକୁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ସୂଚନା ମୁତାବକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିରରେ ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକର ପ୍ରଥମ ପର୍ଯ୍ୟାୟରେ ଦେଉଳକରଣ, ତଢ଼ାଉକରଣ, ପାଟଯୋଶୀ ମହାପାତ୍ରଙ୍କ ସହ ଆଲୋଚନା କରାଯାଇଥିଲା। ଏହି ସଙ୍ଗୀନ ଧାର୍ମିକ ବିବାଦୀୟ ପରିସ୍ଥିତିରେ ରାଜ୍ୟ ସରକାର ହସ୍ତକ୍ଷେପ କରି ସମାଧାନ କରିବାକୁ ସେବାୟତମାନେ ମତ ରଖିଥିଲେ। ଯେ କୌଣସି ବି ସେବାୟତ ମହାପ୍ରଭୁଙ୍କୁ ନେଇ ବିବାଦୀୟ ମତ ରଖିବା ଏବଂ କାର୍ଯ୍ୟ କରିବା ନିନ୍ଦନୀୟ। ଦୀଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ସେଠାରେ ଉଭୟ ପଥର ଓ ନିମକାଠ ମୂର୍ତ୍ତି ବିଜେ କରିବା ରାଜ୍ୟ ତଥା ଦେଶ ପ୍ରତି ବିପଦ ସୃଷ୍ଟିକରିବ। ଦେଶରେ ଚାରିଗୋଟି ଧାମ ରହିଥିବା ବେଳେ ପୁରୀ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ଭାବେ ବିବେଚିତ। ପୁରୀ ଛଡ଼ା ଅନ୍ୟ କୌଣସି ଧାମ ହୋଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମତ ରଖିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ବାଡ଼ଗ୍ରାହୀମାନଙ୍କ ସହ ବୈଠକ ବସିଥିବା ବେଳେ ୪ ବାଡ଼ଗ୍ରାହୀ ମଧ୍ୟରୁ ୩ ବାଡ଼ଗ୍ରାହୀ ଉପସ୍ଥିତ ରହିଥିଲେ। ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ ଭାରତରେ ଚାରି ଧାମ, ଚାରି ଶଙ୍କରାଚାର୍ଯ୍ୟ ଅଛନ୍ତି।

ଅନ୍ୟ କେଉଁଠାରେ ଧାମ ହୋଇପାରିବ ନାହିଁ। ଶ୍ରୀମନ୍ଦିର ଭିତରୁ ଦାରୁ ନେବାର ସୁଯୋଗ ନାହିଁ। ପ୍ରସ୍ତର ମୂର୍ତ୍ତି ସ୍ଥାପନା ଉତ୍ସବ ଶାସ୍ତ୍ର ବିରୋଧୀ। ପ୍ରତିଷ୍ଠା ଉତ୍ସବରେ ଦଇତାପତି ଯିବା କଥା ନୁହେଁ। ଯଦି ଦଇତାପତି ନିଯୋଗ ସମ୍ପାଦକ ଦାରୁ ନେଇଥିବେ, କେବେ ଓ କିପରି ନେଲେ ତାଙ୍କୁ ପଚରାଯାଉ। ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିର ଧାମ ନୁହେଁ। ଏଣୁ ଧାମକୁ କାଟିବା ପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଲିଖିତ ଭାବେ ଜଣାଇବା ଦରକାର। ପରେ ତୃତୀୟ ପର୍ଯ୍ୟାୟରେ ତିନି ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ରଙ୍କ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସହ ଆଲୋଚନା ପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଆମେ ଦୃଢ଼ ଭାବରେ କହୁଛୁ ନବକଳେବର ବଳକା ଖଣ୍ଡ କାଠରେ ମୂର୍ତ୍ତି ନିର୍ମାଣ ଅସମ୍ଭବ। ବିଗ୍ରହ ନିର୍ମାଣ ସରିବା ପରେ ତାହା ଦଇତାପତି ନିଯୋଗଙ୍କ ହେପାଜତରେ ରହିଥାଏ। ବଳକା କାଠରେ କୌଣସି ମୂର୍ତ୍ତି ନିର୍ମାଣ ମିଥ୍ୟା କଥା। ସେ ବାହାରୁ କେଉଁଠାରେ ମୂର୍ତ୍ତି କିଣି ନେଇଥିବେ ବୋଲି ଅନୁମାନ କରୁଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking