24.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶସତ ହେଲା କି ଭବିଷ୍ୟବାଣୀ ? ଋଷରେ ଭୟଙ୍କର ଭୂକମ୍ପ ପରେ ଜାପାନରେ ସୁନାମି

ସତ ହେଲା କି ଭବିଷ୍ୟବାଣୀ ? ଋଷରେ ଭୟଙ୍କର ଭୂକମ୍ପ ପରେ ଜାପାନରେ ସୁନାମି

ନୂଆଦିଲ୍ଲୀ: ସତ ହେଲା କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ଋଷରେ ଭୟଙ୍କର ଭୂକମ୍ପ ପରେ ଜାପାନରେ ସୁନାମି ! ମାଡ଼ି ଆସିଲା ୧୫ ଫୁଟ୍ ଉଚ୍ଚର ଜୁଆର। ଭୂକମ୍ପରେ ଭାଙ୍ଗିଗଲା ବିଲ୍ଡିଂ, ଫାଟି ଆଁ କଲା ରାସ୍ତା। ବାଜିଲା ସତର୍କ ଘଣ୍ଟି । ସୁରକ୍ଷା ଚିନ୍ତାରେ ଚୀନ-ଆମେରିକା। କାଲିଫର୍ଣ୍ଣିଆ ଏବଂ ହାୱାଇରେ ବଢିଲା ଆତଙ୍କ । ଋଷର ସୁନାମି ପ୍ରଭାବିତ ଅଞ୍ଚଳରେ ଷ୍ଟେଟ୍ ଏମରଜେନ୍ସି ଲାଗୁ । କୁରିଲ୍ ଆଇଲ୍ୟାଣ୍ଡ୍‌ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ପ୍ରଭାବିତ ଅଞ୍ଚଳରୁ ଚାଲିଛି ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା । ଜୁଲାଇ ୩୦ ତାରିଖ ବୁଧବାର, ଭାରତୀୟ ସମୟ ସକାଳ ପ୍ରାୟ ସାଢ଼େ ୬ଟା । ଭୀଷଣ ଭୂମିକମ୍ପରେ ଥରି ଉଠିଥିଲା ଋଷ୍ ଉପକୂଳ । ୮.୮ ତ୍ରୀବତାରେ ଦୋହଲି ଥିଲା କାମଚାଟ୍‌କା ଦ୍ଵୀପ । ଭୂମିକମ୍ପର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗରର ପୃଷ୍ଠ ଭୂମିରୁ ମାତ୍ର ୧୯ କିଲୋମିଟର ଗଭୀରତାରେ ରହିଥିଲା । ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଜାପାନ ଏବଂ ଆମେରିକାରେ ସୁନାମି ସତର୍କ ଘଣ୍ଟି ବାଜିଛି । ଋଷର କୁରୀଲ ଦ୍ଵୀପ ସମୂହ ଏବଂ ଜାପାନର ଉତ୍ତର ହୋକ୍କାଇଡୋରେ ଜୁଆର ଦେଖିବାକୁ ମିଳିଛି। ଲଗାତାର ୩୦ରୁ ଅଧିକ ଝଟକା ଲାଗିବା ଯୋଗୁ କାମଚାଟ୍‌କା ଦ୍ବୀପରେ ବିଶେଷ କ୍ଷୟକ୍ଷତିର ସୂଚନା ରହିଛି ।

ପ୍ରାକୃତିକ ବିପର୍ଯ୍ୟୟ ବେଳର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ସୁନାମି ଆଲର୍ଟ ଜାରି କରାଯାଇଛି। ସମୁଦ୍ରରେ ୩ରୁ ୪ ଫୁଟ ଉଚ୍ଚର ଜୁଆର ଉଠିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ସୁନାମି ପରେ ଆମେରିକାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ଭୂମିକମ୍ପ ଏବଂ ସୁନାମୀର ବିପଦକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ୨୦୨୫ ଜୁଲାଇ ୫ ତାରିଖରେ ଦକ୍ଷିଣ ଜାପାନରେ ଭୟଙ୍କର ସୁନାମି ଆସିବ ବୋଲି ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା । ୧୯୯୯ରେ ଲିଖିତ ‘ଦି ଫ୍ୟୁଚର ଆଇ ସା’ ବୁକ୍‌ରେ କରାଯାଇଥିଲା ଏହି ପ୍ରଳୟ ଭବିଷ୍ୟବାଣୀ। ଯାହାକୁ ନେଇ ଜାପାନ ଉପରେ ଥିଲା ସାରା ବିଶ୍ଵର ନଜର। ହେଲେ ଜୁଲାଇ ୫ରେ ସେଭଳି କିଛି ଘଟିନଥିଲା। ଜାପାନବାସୀଙ୍କୁ ଟିକେ ଆଶ୍ଵସ୍ତି ମିଳିଥିଲା। ହେଲେ ଜୁଲାଇ ୩୦ରେ ଋଷର କାମଚାଟ୍‌କାରେ ଭୂକମ୍ପ ପରେ ଜାପାନ ଉପକୂଳକୁ ସୁନାମି ଆସିବା ପରେ ଏବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଷୟରେ ଭାବିବାକୁ ସମସ୍ତଙ୍କୁ ବାଧ୍ୟ କରିଛି। ତାରିଖ ସମାନ ନହେଲେ ମଧ୍ୟ ସମାନ ମାସରେ ଭବିଷ୍ୟବାଣୀ ସତ ହୋଇଛି । ଯାହାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି। ବହୁ ସଂଖ୍ୟାରେ ଲୋକେ ଜାପାନ ଯାତ୍ରାକୁ ରଦ୍ଦ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking